ଓଡ଼ିଶାଲାଇଭ୍ ବ୍ୟୁରୋ

ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି। ଅନେକ ଜୀବନ ଏବେ ମଧ୍ୟ ଭଙ୍ଗା କୋଠା ତଳେ ଦବି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ଶୁକ୍ରବାର ସୁଦ୍ଧା କେବଳ ତୁର୍କୀର ୧୭,୦୦୦ ଏବଂ ସିରିଆର ୩,୩୦୦ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୭୨,୮୦୦ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଦୁଃଖଦ ଘଟଣାକୁ ୪ ଦିନ ବିତିଥିବାବେଳେ କୋଠା ତଳେ ଚାପି ହୋଇ ରହିଥିବା ୬ ଜଣଙ୍କୁ ଏହି ଦୁଃଖଦ ଘଟଣାକୁ ୪ ଦିନ ବିତିଥିବାବେଳେ କୋଠା ତଳେ ଚାପି ହୋଇ ରହିଥିବା ୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। 

ଗତ ୬ ତରିଖ ସକାଳେ ତୁର୍କୀ ଏବଂ ସିରିଆରେ ଭୂମିକମ୍ପ ରଚିଥିଲା ମୃତ୍ୟୁର ତାଣ୍ଡବ। କେହି କିଛି ବୁଝିବା ପୂର୍ବରୁ ମାଟିରେ ମିଶି ଯାଇଥିଲା ବଡ଼ ବଡ଼ ଅଟ୍ଟାଳିକା। ଲୋକଙ୍କୁ ଉଦ୍ଧାର କରିବାକୁ ଲାଗି ପଡ଼ିଥିଲେ ଉଦ୍ଧରକାରୀ ଦଳ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Tags: #Earthquake #Turkey #Syria #TurkeySiriyaBorder #Death #Rescue

LEAVE A REPLY

Please enter your comment!
Please enter your name here