ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସ୍ଵାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଶନିବାର ଦିନ ଏକ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ଥାନୀୟ ଲୋକ, ପୋଲିସ ଏବଂ ବିଏସଏଫ ଯବାନ। ଲୁହାଛଡ଼ ଏବଂ ସିମେଣ୍ଟ ବୋଝେଇ ହୋଇ ଗୋଟିଏ ଟିପ୍ପର ଚିତ୍ରକୋଣ୍ଡାରୁ ଜୋଡ଼ାମ୍ବ ଯାଉଥିଲା। ଏହି ଟିପ୍ପର ଉପରେ ବସି ପ୍ରାୟ ୧୦ ଜଣ ଶ୍ରମିକ ଯାଉଥିଲେ।

ଟିପ୍ପରଟି ଭାରସାମ୍ୟ ହରାଇ ହନ୍ତାଳଗୁଡ଼ା ଘାଟିରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Tags: #Malkangiri #SwabhimanAnchal #Accident #Death #rescue

LEAVE A REPLY

Please enter your comment!
Please enter your name here