ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରର ଏକ ଘରୋଇ କ୍ଲିନିକରେ କାମ କରୁଥିବା ଜଣେ ଯୁବତୀଙ୍କୁ ଅପହରଣ କରିନେବା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା କେଶରପୁର ଗାଁର ରଘୁନାଥ ପ୍ରଧାନ ଓ ସନ୍ତୋଷ ଡୋରା, ବାରବାଟି ଗାଁର ଜିତେନ୍ଦ୍ର ବିଶ୍ୱାଳ ଓ ଖଣ୍ଡୁଗାଁର କିଶୋର ଚୈନି।

ଶୁକ୍ରବାର ଅପରାହ୍ଣରେ ଘରୋଇ କ୍ଲିନିକରେ କାମ କରୁଥିବା ଜଣେ ଯୁବତୀ ଘରକୁ ଫେରୁଥିବାବେଳେ ୪ ଜଣ ଅଭିଯୁକ୍ତ ତାଙ୍କୁ ରାସ୍ତାରୁ ଅପହରଣ କରିନେଇଥିଲେ। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ନୟାଗଡ଼ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଉଢ଼ କରିଥିଲା। ଚଣ୍ଡିବସ୍ତ ନିକଟରେ ଅପହରଣକାରୀଙ୍କ କାରକୁ ଜବତ କରିଥିଲା ପୋଲିସ।

ଅପହୃତା ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ ଅଭଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ତରଫା ପ୍ରେମ କାରଣରୁ ଏହି ଅପହଣ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Tags: #Nayagarh #Kidnap #PoliceInvestigation #Rescue

Comment