ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଯାଇ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ। ରଥଯାତ୍ରା ଦିନ ରଥାରୂଢ଼ ତିନି ଠାକୁରଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବାର ବିଧି ରହିଛି।

କରୋନା କଟକଣା ଭିତରେ ରଥଯାତ୍ରା ହେବ ବୋଲି ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଆଇନମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଶଙ୍କରାଚାର୍ଯ୍ୟଙ୍କୁ ଭେଟି ରଥକୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ।

ଆଜି ଭୋର୍‌ ୩ଟାରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନେ ଆସି ତିନି ରଥରେ ବିରାଜମାନ କରିଛନ୍ତି।

Comment