ଓଡ଼ିଶାଲାଇଭ୍ ବ୍ୟୁରୋ

khallikote-university-berhampur-india

ବ୍ରହ୍ମପୁରସ୍ଥିତ ଖଲିକୋଟ ୟୁନିଭର୍ସିଟିରେ କୁଳପତି (ଭାଇସ୍-ଚାନସେଲର୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ୩୦ ଯାଏଁ ଚାଲୁ ରହିବ।

ଯୋଗ୍ୟତା- ବ୍ୟକ୍ତିବିଶେଷ କୌଣସି ୟୁନିଭର୍ସିଟିରେ ଅତିକମରେ ୧୦ ବର୍ଷ ପ୍ରଫେସର ପଦବୀ କିମ୍ବା କୁଳପତି ପଦବୀରେ କାର୍ଯ୍ୟରତ ଥିବେ। ଆଡମିନଷ୍ଟ୍ରେଟିଭ୍ ବିଭାଗରେ ବିଶେଷ ଅଭିଜ୍ଞତା ଥିବ।

ବୟସ– ୬୨ ବର୍ଷରୁ କମ ବୟସ

ଦରମା– ୨୧୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ଯୋଗ୍ୟ ବ୍ୟକ୍ତିବିଶେଷ ନିଜର ଆବେଦନପତ୍ରଜୁନ ୩୦ ସୁଦ୍ଧା hedsec.od@nic.in ଇମେଲ୍ ଆଇ.ଡିରେ ପଠାଇପାରିବେ, ଏହା ବ୍ୟତୀତ ଆବେଦନପତ୍ରର ଆଉ ଗୋଟିଏ ସେଟ୍ (ହାଡ୍ କପି) ମଧ୍ୟ ଜୁନ୍ ୩୦ ତାରିଖ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚାଇବାକୁ ହେବ।

ଠିକଣା– କମିସନର-କମ୍-ସେକ୍ରେଟାରୀ, ହାଇୟର ଏଜୁକେସନ୍ ଡିପାର୍ଟମେଣ୍ଟ, ଲୋକ ସେବା ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ୱର-751001

ଫୋନ ନମ୍ବର- (0674) 2536862

  • ଚୟନ କରାଯାଇଥିବା ପ୍ରାର୍ଥୀଙ୍କର ଏକ ୩ଜଣିଆ କମିଟି ଦ୍ୱାରା ଇଣ୍ଟରଭ୍ୟୁ ନିଆଯିବ। ଏହି କମିଟି ଦ୍ୱାରା ଚୟନ ହୋଇଥିବା ପ୍ରାର୍ଥୀଙ୍କ ନାମକୁ ଚାନସେଲରଙ୍କ ନିକଟରେ ସୁପାରିଶ ଦିଆଯିବ।
  • ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ kub.ac.inରେ ଲଗ୍ଇନ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here