ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି। ତାଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି। ଏହି ମାମଲାରେ ମୁମ୍ବାଇ ପୋଲିସ ପ୍ରାୟ ୨୮ଜଣଙ୍କୁ ପଚରା ଉଚରା କରିଛି। ଏବେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲିଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ।
ସଞ୍ଜୟ ଲିଳା ଭଂସାଲିଙ୍କୁ ପଚରାଉଚରା କରିବାର କାରଣ ହେଉଛି ସୁଶାନ୍ତଙ୍କୁ ସେ ଦୁଇଥର ଅଫର୍ କରିଥିଲେ। କିନ୍ତୁ ପରେ ତାଙ୍କୁ ଫିଳ୍ମରେ ନେଇ ନଥିଲେ। ସୁଶାନ୍ତ ସିଂ ରାଜପୁତଙ୍କୁ ସଞ୍ଜୟ ଲୀଲା ଭଂସାଲିଙ୍କ ସୁପରହିଟ୍ ଫିଲ୍ମ ରାମଲୀଳା ଅଫର୍ କରାଯାଇଥିଲା
ଏଥି ସହିତ ଆଉ ଏକ ସୁପରହିଟ୍ ଫିଲ୍ମ ‘ବାଜିରାଓ ମସ୍ତାନୀ’ ପାଇଁ ସୁଶାନ୍ତ ସିଂ ମଧ୍ୟ ପ୍ରଥମ ପସନ୍ଦ ହୋଇଥିଲେ। କିନ୍ତୁ ପରେ ସେ ଏହି ଚଳଚ୍ଚିତ୍ରରେ ମଧ୍ୟ କାମ କରିପାରିନଥିଲେ। ସେତେବେଳେ କୁହାଯାଇଥିଲା ଯେ ସୁଶାନ୍ତ ସେହି ସମୟରେ ୟଶ ରାଜଙ୍କ ଫିଲ୍ମ ‘ପାନି’ରେ କାମ କରୁଥିଲେ।
ସୁଶାନ୍ତଙ୍କ ମୃତ୍ୟୁ ପରେ କୁହାଯାଉଛି ଯେ ତାଙ୍କ ଫିଲ୍ମ କ୍ୟାରିୟର ଭଲ ଚାଲିନଥିଲା। ତାଙ୍କୁ ଫିଲ୍ମ ଅଫର କରାଯାଉଥିଲା ପରେ ପୁଣି ତାଙ୍କୁ ନିଆ ଯାଉନଥିଲା।
















