ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଜୀବନୀକୁ ନେଇ ବଲିଉଡରେ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ଏହି ଫିଲ୍ମର ଟାଇଟଲ ରହିଛି ‘ସୁଇସାଇଡ ୟା ମର୍ଡର’। ସବୁଠୁ ଖାସ ହେଉଛି ଏହି ଫିଲ୍ମରେ ସୁଶାନ୍ତ ଚରିତ୍ରରେ ଅଭିନୟ କରିବେ ଅବିକଳ ତାଙ୍କ ପରି ଦେଖାଯାଉଥିବା ଜଣେ ଯୁବକ। ତାଙ୍କ ନାଁ ହେଲା ସଚିନ ତିଓ୍ୱାରୀ।
ସଚିନ ତିଓ୍ୱାରୀ ହେଉଛନ୍ତି ଜଣେ ଟିକଟକ୍ ଷ୍ଟାର। ସେ ଅବିକଳ ସୁଶାନ୍ତଙ୍କ ଭଳି ଦେଖାଯାଉଥିବାରୁ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଜୋର ଚର୍ଚ୍ଚା ହୋଇଥିଲା। ତାଙ୍କର ଟିକଟକ ଭିଡିଓ ଭାଇରାଲ ହୋଇଥିଲା। ଏବେ ଏହି ସଚିନ ସୁଶାନ୍ତଙ୍କ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।
ବିଜୟ ଶେଖର ଗୁପ୍ତାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଫିଲ୍ମଟି ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ।
















