ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍ ଅଧୀନରେ ଆଡଭାଇଜର (ସ୍ୱାସ୍ଥ୍ୟ ଓ ସୁରକ୍ଷା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୧ ତାରିଖ ଯାଏଁ ଚାଲୁରହିବ।
ଯୋଗ୍ୟତା- ମାଇନିଂ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବେ। ଏମଏମଆର-୧୯୬୧ ଅଧୀନରେ ମାଇନ୍ ମ୍ୟାନେଜର ସାର୍ଟିଫିକେଟ ହାସଲ କରିଥିବେ। ଏହି କ୍ଷେତ୍ରରେ ଅତିକମରେ କୋଡ଼ିଏ ବର୍ଷର ଅଭିଜ୍ଞତା ଥିବ।
ବୟସ ସୀମା– ଅତିବେଶୀରେ ୬୫ ବର୍ଷ
ଆବେଦନ ପ୍ରକ୍ରିୟା– ଇଇଚ୍ଛୁକ ବ୍ୟକ୍ତିମାନେ ନିଜର ଆବେଦନ ପତ୍ର, ମାର୍କ ସିଟ୍, ଅଭିଜ୍ଞତା ପତ୍ର ଏବଂ ସମସ୍ତ ଦରକାରୀ ସାର୍ଟିଫିକେଟର କପିକୁ ଡାକ ବା କୋରିଅର ଜରିଆରେ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ କରିବେ।
ଠିକଣା– ଦ ଜେନେରାଲ ମ୍ୟାନେଜର, ଦ ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ, ଓଏମସି ହାଉସ, ଭୁବନେଶ୍ୱର-751001
ଅଧିକ ସୂଚନା ପାଇଁ omcltd.inରେ ଲଗ୍ଇନ କରନ୍ତୁ।



















