ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂଙ୍କର ପରଲୋକ ଘଟିଛି। ୬୪ ବର୍ଷ ବୟସରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଗତ କିଛି ଦିନ ହେବ ସେ ଗୁରୁତର ଅସୁସ୍ଥ ଥିଲେ। ସଙ୍ଗାପୁରରେ ଚିକିତ୍ସିତ ହେଉଥିଲେ। ୨୦୧୩ରୁ ସେ ସେ କିଡନୀ ରୋଗରେ ପୀଡ଼ିତ ଥିଲେ।
ଉତ୍ତର ପ୍ରଦେଶ ରାଜନୀତିରେ ଜଣେ ବରିଷ୍ଠ ରଣନୀତିକାର ଥିଲେ ଅମର ସିଂ। ସେ ମୁଲାୟମ ସିଂ ଯାଦବଙ୍କର ବି ଅତି ଘନିଷ୍ଠ ଥିଲେ। ଦୀର୍ଘବର୍ଷ ସେ ସମାଜବାଦୀ ପାର୍ଟି ସହିତ ଜଡ଼ିତ ଥିଲେ। ସମାଜବାଦୀ ପାର୍ଟି ଛାଡ଼ି ଦେବା ପରେ ମୁଲାୟମଙ୍କ ସହ ତାଙ୍କର ସମ୍ପର୍କ ବିଗିଡ଼ି ଯାଇଥିଲା।
ଅମର ସିଂଙ୍କ ମୃତ୍ୟୁ ଖବର ଶୁଣିବା ପରେ ବହୁ ନେତା, ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।