ଓଡିଶାଲାଇଭ୍ ବ୍ୟୁରୋ
ହାର୍ଦ୍ଦିକ ସତୀଶ ଚନ୍ଦ୍ର ଶାହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପର୍ସନେଲ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ହାର୍ଦ୍ଦିକ ହେଉଛନ୍ତି ୨୦୧୦ ବ୍ୟାଚର ଆଇଏଏସ୍ ଓ ତାଙ୍କର ହୋମ୍ କ୍ୟାଡ଼ର୍ ହେଉଛି ଗୁଜରାଟ। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେ଼ପୁଟି ସେକ୍ରେଟାରୀ ଅଛନ୍ତି।
ପିଏମଓକୁ ଆସିବା ପୂର୍ବରୁ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ବ୍ୟକ୍ତିଗତ ସଚିବ ଥିଲେ।

















