ଓଡିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ କେବଳ ଦେଶରେ ଦାବି ହେଉଛି ତାହା ନାହଁ ଏବେ ଦରିଆପାରିରେ ବି ସ୍ୱର ଉଠିଛି। ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ବିଲବୋର୍ଡ ଲଗାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବିଲବୋର୍ଡରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି। ଏହାର ଫଟୋ ଓ ଏବଂ ଭିଡିଓ ସୁଶାନ୍ତ ଭଉଣୀ ଶ୍ୱେତା ସିଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

‘‘ଅଷ୍ଟ୍ରେଲିଆରେ ସୁଶାନ୍ତଙ୍କର ୭ଟି ବିଲବୋର୍ଡ ଲାଗିଛି। ଏହାର ଅର୍ଥ ପୂରା ଅଷ୍ଟ୍ରେଲିଆ ସୁଶାନ୍ତଙ୍କ ସହ ଠିଆ ହୋଇଛି ଏବଂ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗୁଛି’’, ସୋସିଆଲ ମିଡିଆରେ  ଲେଖିଛନ୍ତି ସୁଶାନ୍ତ ଭଉଣୀ।BGU

ଜୁନ୍‌ ୧୪ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ୨ ମାସ ବିତିଗଲାଣି। ମାମଲାରେ ଜୋରଦାର ତଦନ୍ତ ଚାଲିଥିଲେ ବି ବର୍ତ୍ତମାନ ଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିନାହିଁ।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ପରିବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ରିୟା ସୁଶାନ୍ତଙ୍କ ଟଙ୍କା ହେରଫେର କରି ତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ପରିବାର କହିଛି। ସୁଶାନ୍ତଙ୍କ ପରିବାର କରିଥିବା ଏହି ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଉଛି।

Comment