ଓଡିଶାଲାଇଭ୍ ବ୍ୟୁରୋ
ବଲିଉଡ ଫିଲ୍ମ ‘ଦୃଶ୍ୟମ’ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇପଡ଼ିଛି। ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଅନ୍ୟପକ୍ଷରେ ନିଶିକାନ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଖବର ସୋସିଆଲ ମିଡିଆରେ ଘୂରି ଭୁଲୁଛି। ଏହା ମିଥ୍ୟା ଖବର, ନିଶିକାନ୍ତ ଏବେ ଜୀବିତ ଅଛନ୍ତି ବୋଲି ଫିଲ୍ମ ମେକର ମିଳାପ ଜାଭେରୀ ନିଶ୍ଚିତ କରିଛନ୍ତି।
୨୦୦୫ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ଏହାପରେ ବଲିଉଡରେ ନିର୍ଦ୍ଦେଶନା ଦେଇଥିଲେ। ୨୦୧୫ରେ ଫିଲ୍ମ ଦୃଶ୍ୟମରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା। ଜଣେ ନିର୍ଦ୍ଦେଶକ ହେବା ସହିତ ନିଶିକାନ୍ତ ଜଣେ ଭଲ ଅଭିନେତା ମଧ୍ୟ।
















