ଓଡିଶାଲାଇଭ୍ ବ୍ୟୁରୋ

ବଲିଉଡରେ ଏମିତି ଅନେକ କୋରିଓଗ୍ରାଫର ଅଛନ୍ତି ଯେଉଁମାନଙ୍କ ଲୋକପ୍ରିୟତା କୌଣସି ହିରୋଙ୍କଠାରୁ କମ୍ ନୁହେଁ। ଏଭଳି କିଛି ଲୋକପ୍ରିୟ କୋରିଓଗ୍ରାଫର ଅଛନ୍ତି ଯାହାଙ୍କ ପତ୍ନୀ ମଧ୍ୟ କୌଣସି ବଲିଉଡ ହିରୋଇନଙ୍କଠାରୁ କମ୍ ନୁହନ୍ତି। ଜାଣନ୍ତୁ ସେଭଳି କିଛି କୋରିଓଗ୍ରାଫରଙ୍କ ପତ୍ନୀଙ୍କ ବିଷୟରେ…

ବଲିଉଡର ସବୁଠୁ ସଫଳ କୋରିଓଗ୍ରାଫରଙ୍କ କଥା ଉଠିଲେ ପ୍ରଥମେ ରେମୋ ଡି’ସୁଜା ସାମ୍ନାକୁ ଆସିଯା’ନ୍ତି। ରେମୋ ଫ୍ୟାଶନ ଡିଜାଇନର ଲିଜେଲଙ୍କୁ ବିବାହ କରିଛନ୍ତି। ‘ଡ୍ୟାନ୍ସ ପ୍ଲସ୍ ୨’ ସୋ ପାଇଁ ସ୍ଵାମୀ ରେମୋଙ୍କ ଜୋତାଠୁ ଆରମ୍ଭ କରି ସାର୍ଟ ପ୍ୟାଣ୍ଟ ପର୍ଯ୍ୟନ୍ତ ସବୁକିଛି ଲିଜେଲ ନିଜେ ଡିଜାଇନ୍ କରିଛନ୍ତି। ସୁନ୍ଦରୀ ଲିଜେଲ ଇନ୍‌ଷ୍ଟାଗ୍ରାମ ଏବଂ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ତେବେ ଜଣେ ସେଲିବ୍ରିଟି କୋରିଓଗ୍ରାଫରଙ୍କ ପତ୍ନୀ ହୋଇଥିଲେ ମଧ୍ୟ ସେ ଲାଇମ୍‌ଲାଇଟ୍‌ରୁ ଦୂରେଇ ରୁହନ୍ତି।ଗତ ୧୦ ବର୍ଷ ଧରି ବଲିଉଡକୁ ନିଜ ଇସାରାରେ ନଚାଉଥିବା ଗଣେଶ ଆଚାର୍ଯ୍ୟ ବିଧି ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି। ବଲିଉଡରେ ଅନେକ ହିଟ୍ ଡ୍ୟାନ୍ସ ନମ୍ବର ଭେଟି ଦେଇଥିବା ଗଣେଶଙ୍କ ପତ୍ନୀ କିନ୍ତୁ କ୍ୟାମେରା ସାମ୍ନାକୁ ପ୍ରାୟତଃ ଆସନ୍ତି ନାହିଁ।ଫିଲ୍ମ ମିଷ୍ଟର ଇଣ୍ଡିଆରେ ଶିଶୁ କଳାକାର ଭାବେ ନଜର ଆସିଥିବା କୋରିଓଗ୍ରାଫର ଅହମ୍ମଦ ଖାନଙ୍କ ପତ୍ନୀ କୌଣସି ହିରୋଇନଙ୍କଠୁ କମ୍ ନୁହନ୍ତି। ଅହମ୍ମଦ ମଡେଲ ସାୟରା ଖାନଙ୍କୁ ବିବାହ କରିଛନ୍ତି। ସାୟରା ମଧ୍ୟ ସ୍ଵାମୀଙ୍କ ପରି ପ୍ରଯୋଜନାରେ ସଂଶ୍ଳିଷ୍ଟ ଅଛନ୍ତି।ଗଣେଶ ହେଗଡ଼େ ୨୦୧୧ରେ ସୁନନ୍ୟାଙ୍କୁ ବିବାହ କରିଥିଲେ। ଅନେକ ଫିଲ୍ମ ଏବଂ ରିୟଲିଟି ସୋ କରିସାରିଥିବା ଗଣେଶ ଭଲ ଗୀତ ମଧ୍ୟ ଗାଆନ୍ତି। ତେବେ ତାଙ୍କ ପତ୍ନୀ ସୁନନ୍ୟା କିନ୍ତୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହୁଥିବାର ଦେଖାଯାଏ।BGU

LEAVE A REPLY

Please enter your comment!
Please enter your name here