ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆରେ ଆପଣ ଅନେକ ପ୍ରକାରର ମିମ୍ସ (memes) ଦେଖିବାକୁ ପାଉଥିବେ। ଫେସୁବକଠାରୁ ଆରମ୍ଭ କରି ହ୍ୱାଟ୍ସଆପରେ ଅନେକ ପ୍ରକାରର ମଜାଳିଆ ମିମ୍ସ ଏବେ ଖୁବ୍ ସେଆର୍ ହେଉଛି।

ତେବେ ଏହି ମିମ୍ସରେ ଗୋଟିଏ ଛୋଟ ପିଲାର ଚେହେରା ଖୁବ୍ ଭାଇରାଲ୍ ହୋଇଛି। ସୋସିଆଲ୍ ମିଡିଆରେ ଅନେକ ମିମ୍ସ ସହ ତା’ର ମଜାଳିଆ ଭିଡିଓକୁ ଦେଖି ସମସ୍ତେ ହସୁଛନ୍ତି। ତେବେ ଏହି ପିଲାଟି ପ୍ରକୃତରେ କିଏ ଏବଂ ତା ନାଁ କ’ଣ ଆପଣ ଜାଣିଛନ୍ତି କି?ସୋସିଆଲ୍ ମିଡିଆର ମିମ୍ସ (memes) ଦେଖାଯାଉଥିବା ଏହି ଛୋଟ ପିଲାଟିର ନାଁ ହେଉଛି ଓସିତା ଇମେ (oshita iheme)। ଯିଏକି ପ୍ରକୃତରେ ହେଉଛନ୍ତି ଜଣେ ନାଇଜେରୀୟ ଫିଲ୍ମ ଅଭିନେତା। ଏଥିସହ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯାହାକୁ ଆପଣ ଜଣେ ଛୋଟ ପିଲା ବୋଲି ଭାବୁଛନ୍ତି ବାସ୍ତବରେ କିନ୍ତୁ ତାଙ୍କର ବୟସ ହେଉଛି ୩୮ ବର୍ଷ। ତାଙ୍କର ମଜାଳିଆ ଅଭିନୟ ତାଙ୍କୁ ମିମ୍ସ ଜଗତରେ ଖୁବ ପରିଚିତ କରିପାରିଛି।ଓସିତାଙ୍କର ଜନ୍ମ ୧୯୮୨ ମସିହା ଫେବୃଆରୀ ୨୦ ତାରିଖରେ ନାଇଜେରିଆରେ ହୋଇଥିଲା। ଦୀର୍ଘବର୍ଷ ଧରି ସେ ନାଇଜେରିଆର ବିଭିନ୍ନ ଫିଲ୍ମରେ ଅଭିନୟ କରିଆସୁଛନ୍ତି। ଏଥିସହ ଆପଣମାନେ ତାଙ୍କର ଯେଉଁ ସବୁ ଭିଡିଓ ସୋସିଆଲ୍ ମିଡିଆରେ ଦେଖୁଛନ୍ତି ତାହା ତାଙ୍କର ଫିଲ୍ମର କିଛି ଦୃଶ୍ୟ ଅଟେ।BGUନାଇଜେରିଆର ଫିଲ୍ମ ଜଗତରେ ଜଣେ ଜଣାଣୁଣା ଅଭିନେତା ହେବା ସହ ସାମାଜିକ କାର୍ଯ୍ୟ ଦିଗରେ ମଧ୍ୟ ଓସିତାଙ୍କୁ ଦେଖିବାକୁ ମିଳେ। ଏଥିସହ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଅଭିନୟ ପାଇଁ ଆଫ୍ରିକାନ୍ ମୁଭି ଏକାଡେମୀ ଆୱାର୍ଡରେ ତାଙ୍କୁ ‘ଲାଇଫ୍ ଟାଇମ୍ ଆଚିଭିମେଣ୍ଟ୍ ପୁରସ୍କାର’ ମଧ୍ୟ ପ୍ରଦାନ କରାଯାଇଛି।

 

LEAVE A REPLY

Please enter your comment!
Please enter your name here