ଓଡ଼ିଶାଲାଇଭ୍ ବ୍ୟୁରୋ

ମିମ୍ସ (memes) ଦୁନିଆରେ ଆପଣ ଅନେକ ପ୍ରକାରର ଓ ଅନେକ ଲୋକଙ୍କ ମିମ୍ସ ଦେଖିଥିବେ। ସେମାନଙ୍କ ମୁହଁକୁ ଦେଖି ଆପଣ ଅନେକ ହସିଥିବେ। ତେବେ ଆପଣ କେବେ ସେ ବ୍ୟକ୍ତିଜଣକ କିଏ ତା’ ଜାଣିବାକୁ ଚାହିଁଛନ୍ତି କି?ଆପଣ ଏହି ବ୍ୟକ୍ତିଙ୍କୁ ଅନେକ ମିମ୍ସରେ ଦେଖିଥିବେ। ତାଙ୍କ ମୁହଁକୁ ବ୍ୟବହାର କରି ଅନେକ ମିମ୍ସ ତିଆରି ହୋଇଛି। ଯାହାକି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି।

ତାଙ୍କର ନାଁ ହେଉଛି ସରିମ ଅଖତର। ତାଙ୍କର ଘର ପାକିସ୍ତାନ ହୋଇଥିବାବେଳେ ସେ ଦୀର୍ଘ ଦିନ ଧରି ଇଂଲଣ୍ଡରେ ରହିଆସୁଛନ୍ତି। ଗତ ବିଶ୍ୱକପ୍ ସମୟରେ ସେ ସୋସିଆଲ୍ ମିଡିଆରେ  ଖୁବ ଭାଇରାଲ୍ ହୋଇଥିଲେ। ତାଙ୍କ ମୁହଁର ଏକ ଅଜବ ଚାହାଣି ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା।

ଅସଲ କଥା ହେଲା, ୨୦୧୯ ମସିହାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା। ଏହି ସମୟରେ ପାକିସ୍ତାନୀ ଖେଳାଳି ଆସିଫ୍ ଅଲ୍ଲୀ ଏକ କ୍ୟାଚ ହାତଛଡ଼ା କରିଥିଲେ। ହେଲେ ସେ ସମୟରେ ମ୍ୟାଚର ସୁଟିଂ କରୁଥିବା କ୍ୟାମେରାମ୍ୟାନ୍ ଜଣେ ବ୍ୟକ୍ତିଙ୍କ ମୁହଁକୁ କ୍ୟାମେରା ଫୋକସ୍ କରିଥିଲେ। ସେହି ବ୍ୟକ୍ତିଜଣକର ଅଜବ ଚାହାଣି ସେ ସମୟରେ ଖୁବ୍ ଭାଇରାଲ୍ ହୋଇଥିଲା। ଏବଂ ସେ ରାତାରାତି ମିମ୍ସ ଜଗତର ଜଣେ ଜଣାଣୁଣା ଚେହେରା ହୋଇଯାଇଥିଲେ।

Comment