ଓଡିଶାଲାଇଭ୍ ବ୍ୟୁରୋ
ବଲିଉଡର ଅନେକ ଯୋଡ଼ିକୁ ପ୍ରସଂଶକମାନେ ଖୁବ୍ ପସନ୍ଦ କରିଥାନ୍ତି। କିନ୍ତୁ ଏମିତି କିଛି ଲୋକପ୍ରିୟ ଯୋଡ଼ି ଅଛନ୍ତି ଯାହାଙ୍କୁ ଦର୍ଶକମାନେ କେବେ ପରଦା ଉପରେ ଏକାଠି ଦେଖିନାହାନ୍ତି। ଏହି ଯୋଡ଼ି ହେଉଛନ୍ତି ପରଦା ଉପରର ହିରୋଇନ୍ ଏବଂ ଭିଲିଆନ୍ଙ୍କ ଅଫ୍ସ୍କ୍ରିନ୍ ଯୋଡ଼ି। ଜାଣନ୍ତୁ ସେମିତି କିଛି ପ୍ରସିଦ୍ଧ ହିରୋଇନ୍ ଏବଂ ଖଳନାୟକଙ୍କ ଯୋଡ଼ି ବିଷୟରେ..
ରେଣୁକା ଶହାଣେ
ରେଣୁକା ଶହାଣେ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ‘ହମ୍ ଆପ୍କେ ହେ କୌନ୍’ ଫିଲ୍ମରେ ସେ ସଲମାନ୍ ଖାନ୍ଙ୍କ ଭାଉଜ ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ବହୁତ ଲୋକପ୍ରିୟ କରାଇଥିଲା। ରେଣୁକା ବଲିଉଡର ପ୍ରସିଦ୍ଧ ଖଳନାୟକ ଆଶୁତୋଷ ରାଣାଙ୍କୁ ୨୦୦୧ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି।
ନିବେଦିତା ଭଟ୍ଟାଚାର୍ଯ୍ୟ
ଟିଭି ଏବଂ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିବେଦିତା ଭଟ୍ଟାଚାର୍ଯ୍ୟ ଅନ୍ସ୍କ୍ରିନ୍ ଭିଲିଆନ୍ କେକେ ମେନନ୍ଙ୍କୁ ବିବାହ କରିଛନ୍ତି। ଦୁଇଜଣଙ୍କ ଅଫ୍ସ୍କ୍ରିନ୍ ଯୋଡ଼ିକୁ ପ୍ରସଂଶକମାନେ ଖୁବ୍ ପସନ୍ଦ କରନ୍ତି।
ସ୍ଵରୂପ ସମ୍ପତ୍
ପୂର୍ବତନ ମିସ୍ ଇଣ୍ଡିଆ ତଥା ଅଭିନେତ୍ରୀ ସ୍ଵରୂପ ସମ୍ପତ୍ ପ୍ରସିଦ୍ଧ ହାସ୍ୟ ଅଭିନେତା ପରେଶ ରାଓ୍ଵଲଙ୍କୁ ବିବାହ କରିଛନ୍ତି। ପରେଶ ଗୋଟିଏ ସମୟରେ ମହାନ ଖଳନାୟକ ଭାବେ ବିବେଚିତ ହେଉଥିଲେ। ସ୍ଵରୂପ ‘ଉରି ଦି ସର୍ଜିକାଲ ଷ୍ଟ୍ରାଇକ୍’ରେ ବିକି କୌଶଲଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ।
ପୂଜା ବାତ୍ରା
ଅଭିନେତ୍ରୀ ପୂଜା ବାତ୍ରା ଅନେକ ସୁପରହିଟ୍ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୨୦୧୯ରେ ଅନ୍ସ୍କ୍ରିନ୍ ଭିଲିଆନ୍ ନଓ୍ଵାବ୍ ଶାହଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ନବାବ ‘ଟାଇଗର ଜିନ୍ଦା ହେ’, ‘ଡନ୍-୨’ ସମେତ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି।
ପୋନୀ ବର୍ମା
ପ୍ରସିଦ୍ଧ କୋରିଓଗ୍ରାଫର ପୋନୀ ବର୍ମା ମହାନ ଖଳନାୟକ ପ୍ରକାଶ ରାଜଙ୍କୁ ବିବାହ କରିଛନ୍ତି। ୧୨ ବର୍ଷର ବୟସ ବ୍ୟବଧାନ ସତ୍ତ୍ଵେ ଉଭୟଙ୍କ ସମ୍ପର୍କରେ ଏହା କୌଣସି ପ୍ରଭାବ ପକାଇ ପାରିନଥିବା ମନେହୁଏ। ପ୍ରକାଶ ପୂର୍ବରୁ ତାମିଲ ଅଭିନେତ୍ରୀ ଲଳିତା କୁମାରୀଙ୍କୁ ବିବାହ କରିଥିଲେ। କିନ୍ତୁ ଛାଡ଼ପତ୍ର ପରେ ସେ ୪୫ ବର୍ଷ ବୟସରେ ପୋନୀ ବର୍ମାଙ୍କ ସହ ବିବାହ କରିଥିଲେ। ପୋନୀ ଏବଂ ପ୍ରକାଶଙ୍କ ବିବାହକୁ ୧୦ ବର୍ଷ ହୋଇସାରିଛି।
କୃତିକା ସେଂଗର
‘ରାଣୀ ଲକ୍ଷ୍ମୀବାଇ’ ସିରିଏଲ୍ରେ ପ୍ରଭାବୀ ଅଭିନୟ କରିଥିବା କୃତିକା ସେଂଗର ୨୦୧୪ରେ ନିକିତିନ ଧୀରଙ୍କୁ ବିବାହ କରିଥିଲେ। ନିକିତିନ ଧୀର ‘ଚେନ୍ନାଇ ଏକ୍ସପ୍ରେସ୍’, ‘ଦବଙ୍ଗ-୨’ ଏବଂ ‘ରେଡି’ ପରି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଏମାନଙ୍କ ଯୋଡ଼ିକୁ ଲୋକମାନେ ଖୁବ୍ ପସନ୍ଦ କରିଥାନ୍ତି।
ଶିବାଙ୍ଗୀ କୋହ୍ଲାପୁରୀ
୮୦ ଦଶକର ଜଣାଶୁଣା ଅଭିନେତ୍ରୀ ଶିବାଙ୍ଗୀ କୋହ୍ଲାପୁରୀ ବଲିଉଡର ବ୍ୟାଡ୍ ବୟ ଶକ୍ତି କପୁରଙ୍କୁ ବିବାହ କରିଛନ୍ତି। କୁହାଯାଏ ଶକ୍ତିଙ୍କ ସହିତ ବିବାହ କରିବାକୁ ଶିବାଙ୍ଗୀଙ୍କ ଘର ଲୋକ ରାଜି ନଥିଲେ। ତେଣୁ ଉଭୟ ଲୁଚିକରି ବିବାହ କରିଥିଲେ।

















