ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୧୯ ତାରିଖରୁ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ଆଇପିଏଲକୁ ଆଉ ମାତ୍ର ମାସେ ବାକି ଥିବାବେଳେ ଖେଳାଳିଙ୍କଠାରୁ ଆରମ୍ଭ କରି ସପୋର୍ଟ ଷ୍ଟାଫ୍ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
ଚଳିତ ବର୍ଷ ଡେରିରେ ହେଲେ ମଧ୍ୟ କରୋନା କଟକଣା ଭିତରେ ଆଇପିଏଲ୍ ଆୟୋଜିତ ହେବ। ଯାହାକି ଭାରତ ପରିବର୍ତ୍ତେ ଦୁବାଇରେ ଖେଳାଯିବ। ଏଥିପାଇଁ ସେପ୍ଟେମ୍ଵର ୧୯ରୁ ନଭେମ୍ଵର ୧୦ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଛି। ଅପରପକ୍ଷେ ଆଇପିଏଲ୍ ଆରମ୍ଭକୁ ନେଇ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଥିବା ବେଳେ ଆଇପିଏଲ୍ର ଏହି ପୋଷ୍ଟ ସେମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି।
କରୋନା ମହାମାରୀ ପାଇଁ ଅନ୍ୟସବୁ ଖେଳ ପରି କ୍ରିକେଟ୍ ମଧ୍ୟ ପ୍ରଭାବିତ ହୋଇଛି। ଯାହାପାଇଁ ଚଳିତ ବର୍ଷ ଆଇପିଏଲ୍କୁ ଘୁଞ୍ଚାଇ ଦିଆଯାଇଥିଲା। ଅପରପକ୍ଷେ ଭାରତରେ ପ୍ରତିଦିନ କରୋନାର ସ୍ଥିତିରେ ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁବାଇକୁ ଆଇପିଏଲ୍ ଆୟୋଜନ କରିବାପାଇଁ ଅନୁମତି ଦେଇଛି ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ। ସେପ୍ଟେମ୍ଵର ୧୯ ତାରିଖରୁ ଏହା ଆରମ୍ଭ ହୋଇ ନଭେମ୍ଵର ୧୦ ତାରିଖରେ ସାରିବାକୁ ଧାର୍ଯ୍ୟ କରାଯାଇଛି।
ଏଥରର ଆଇପିଏଲରେ ମୋଟ ୮ଟି ଦଳ ଭାଗନେବେ। ଚେନ୍ନାଇ ସୁପର କିଙ୍ଗସସହ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଖେଳାଳିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିବା ପାଇଁ କ୍ରିକେଟ୍ ମଇଦାନକୁ ଓହ୍ଲାଇ ସାରିଲେଣି। ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା, ସିଏସକେ ଅଧିନାୟକ ଧୋନୀ ଆଦି ନିଜର ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି।

















