ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ସିରିଏଲରେ ଆଶା ନେଗୀ ଜଣେ ଜଣାଶୁଣା ଅଭିନେତ୍ରୀ। ସିରିଏଲ ‘ପବିତ୍ର ରିସ୍ତାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ଏହି ଅଭିନେତ୍ରୀ। ଘରେ ପରିଚିତ ଏହି ଅଭିନେତ୍ରୀ ଆଜି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କିଛି କଥା…

୧୯୮୯, ଅଗଷ୍ଟ ୨୩ରେ ଡେରାଡୁନରେ ଜନ୍ମ ହୋଇଥିଲେ ଆଶା।

ନିଜ ନାଁ ଅପେକ୍ଷା ସେ ପୂର୍ବୀ ନାଁ ବେଶୀ ପରିଚିତ। କାରଣ ଲୋକପ୍ରିୟ ସିରିଏଲ ପବିତ୍ର ରିସ୍ତାରେ ତାଙ୍କ ନାଁ ପୂର୍ବୀ ଥିଲା। ଏହି ସିରିଏଲରେ ତାଙ୍କ ବିପକ୍ଷରେ ଅଭିନେତା ରିତ୍ୱିକ ଧନଜାନୀ ଅଭିନୟ କରିଥିଲେ। ଏହି ସିରିଏଲରେ ଆଶା ଓ ରିତ୍ୱିକଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପାଗଳ କରିଥିଲା।

ଏହି ସିରିଏଲ ପରେ ଦୁହେଁ ଡ୍ୟାନ୍ସ ରିଆଲିଟି ସୋ’ ନଚ ବିଲିଏରେ ଅଂଶ ଗ୍ରହଣ କରିଥିଲେ। ଏହି ସୋରେ ଦୁହେଁ ବିଜେତା ହୋଇଥିଲେ।

ଉତ୍ତରାଖଣ୍ଡ ଡେରାଡୁନରେ ଜନ୍ମିତ ଆଶା ଜଣେ ମଡେଲ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୯ରେ ସେ ମିସ ଉତ୍ତରାଖଣ୍ଡ ଟାଇଟଲ ହାସଲ କରିଥିଲେ।

ସିରିଏଲରେ ଏଣ୍ଟ୍ରି କରିବା ପରେ ଆଶା ଗୋଟିଏ ପରେ ଗୋଟିଏ ସଫଳ ସିରିଏଲରେ ଅଭିନୟ କରି ସଫଳତା ହାସଲ କରିଥିଲେ।BGU

୨୦୧୫ରେ ଆଶା ଖତରୋଁ କି ଖିଲାଡିରେ ଅଂଶ ଗ୍ରହଣ କରିଥିଲେ। ସିରିଏଲରେ ଦକ୍ଷ ଅଭିନୟ ପାଇଁ ସେ ବିଭିନ୍ନ ଆଓ୍ୱାର୍ଡ ବି ହାସଲ କରିଛନ୍ତି।

ଅବଶ୍ୟ କିଛି ଦିନ ହେବ ସିରିଏଲରେ ଆଶାଙ୍କୁ ଦେଖିବାକୁ ମିଳୁନି। ଆଶା ଏବେ ଏକ ଓ୍ୱେବ ସିରିଜ୍ ‘ବାରିସ୍’ରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ବଲିଉଡ ଅଭିନେତା ଶରମନ ଜୋସୀ।

Comment