ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗତବର୍ଷ ଟେଲିଭିଜନ ଇଣ୍ଡଷ୍ଟ୍ରିର କେତେକ କଳାକାର ବଲିଉଡ ଡେବ୍ୟୁ କରିଥିଲେ। ସେହିମାନଙ୍କ ମଧ୍ୟରେ ଥିଲେ ମୌନି ରୟ, ନିକିତା ଦତ୍ତା, ଦୀପିକା ସିଂହ, ଗୁରମିତ ଚୌଧୁରୀ ଓ ଅଙ୍କିତା ଲୋଖଣ୍ଡେ। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହେବାକୁ ଯାଉଛି।

ସେ ହେଲେ ‘ପବିତ୍ର ରିସ୍ତା’ ଫେମ୍‌ ଆଶା ନେଗୀ। ସିରିଏଲରେ ଢ଼େର ସଫଳତା ପାଇବା ପରେ ଏବେ ଆଶା ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଅନୁରାଗ ବାସୁଙ୍କ ଫିଲ୍ମ ମେଟ୍ରୋ ୨ରେ ସେ ନଜର ଆସିବେ।

ଅନୁରାଗ, ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ମେଟ୍ରୋର ସିକ୍ୱେଲ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ସିକ୍ୱେଲ ଫିଲ୍ମରେ ଆଶା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ସେ ଅଭିଷେକ ବଚ୍ଚନଙ୍କ ଅପୋଜିଟରେ ନାୟିକା ସାଜିବେ। ଅଭିଷେକ, ଆଶାଙ୍କ ବ୍ୟତୀତ ଏଥିରେ ରାଜକୁମାର ରାଓ ବି ଆସିବେ। ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Comment