ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ବର୍ଷୀୟାନ ଅଭିନେତା ନାନା ପାଟେକର ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ନାନା ପାଟେକର ସଫେଇ ଦେବା ସହ କ୍ଷମାପ୍ରାର୍ଥନା କରିଛନ୍ତି।

ଗୋଟିଏ ହିନ୍ଦୀ ସିନେମାର ସୁଟିଂ ଚାଲିଥିବା ସମୟରେ ଜଣେ ଯୁବକ ଧାଇଁ ଆସି ଅଭିନେତା ନାନା ପାଟେକରଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ନାନା ପାଟେକର ଯୁବକ ଜଣଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରୁଛନ୍ତି। ପରେ ଯୁବକ ଜଣଙ୍କୁ ସେଠାରେ ଥିବା ଅନ୍ୟ ଜଣେ ଯୁବକ ସୁଟିଂ ସେଟ୍‌ଠାରୁ ବାହାର କରିବାକୁ ବଳ ପ୍ରୟୋଗ କରୁଛନ୍ତି ଏବଂ ପରେ ଯୁବକ ଜଣକ ସେଠାରୁ ଦୌଡ଼ି ପଳାଉଥିବାର ଦୃଶ୍ୟ ଭାଇରାଲ ହେଉଥିବା ଭିଡିଓଟିରେ ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ପରେ ଏହା ଗୋଟିଏ ସିନେମାର ସିନ୍ ବୋଲି ଦାବି କରିଛନ୍ତି  ନାନା ପାଟେକରଙ୍କ ଫିଲ୍ମର ନିର୍ଦ୍ଦେଶକ। ନାନା ପଟେକର ମଧ୍ୟ ଏହି ଭିଡିଓକୁ ନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସିନେମାରେ ଜଣେ ଯୁବକଙ୍କୁ ଚୁପୁଡ଼ା ମାରିବାର ଦୃଶ୍ୟ ରହିଛି, ଯାହାର ରିହଲସଲ ସେ ଥରେ କରିଥିଲେ। ନିର୍ଦ୍ଦେଶକଙ୍କ କହିବା ଅନୁସାରେ ସେ ପୁଣି ଏହି ସିନର ଅଭ୍ୟାସ କରୁଥିଲେ। ଏତିକି ବେଳେ ଜଣେ ଯୁବକ ସୁଟିଂ ସେଟକୁ ପଶି ଆସିଥିଲେ। ନିଜ ଟେସ୍‌ର କଳାକାର ଭାବି ନାନା ପାଟେକର ସିନର ରିହଲସଲ କରୁଥିଲେ। କିନ୍ତୁ ସେ ତାଙ୍କ ସିନେମାର ସଦସ୍ୟ ନଥିବା ଜାଣିବାକୁ ପାଇଥିଲେ।

ଘଟଣା ପରେ ସମ୍ପୃକ୍ତ ଯୁବକ ଜଣଙ୍କୁ କ୍ଷମାପ୍ରାର୍ଥନା କରିବାକୁ ସେ ଚାହିଁଥିଲେ, କିନ୍ତୁ ଯୁବକ ଜଣକ ସେଠାରୁ ଚାଲି ଯାଇଥିଲେ ବୋଲି କହିଛନ୍ତି ଅଭିନେତା ନାନା ପଟେକର। ଭୁଲ ବଶତଃ ଏପରି ହୋଇଯାଇଥିବା କହି ସେ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି।

Tags: #Bollywood #NanaPatekar #viralvideo #slaptofan

LEAVE A REPLY

Please enter your comment!
Please enter your name here