ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜର ପ୍ରଥମ ଦିନରେ ୭୫ କୋଟି ରୋଜଗାର କରିଛି କିଙ୍ଗ୍ ଖାନଙ୍କ ‘ଯବାନ’

  • ରେକର୍ଡ କରୁଛି ‘ଯବାନ’
  • ପ୍ରଥମ ଦିନରେ ଭାରତରେ ରୋଜଗାର ୭୫ କୋଟି
  • ବିଶ୍ୱବ୍ୟାପୀ ୧୨୦ କୋଟିରୁ ଅଧିକ ରୋଜଗାର

ରେକର୍ଡ ପରେ ରେକର୍ଡ କରୁଛି କିଙ୍ଗ୍ ଖାନଙ୍କ ‘ଯବାନ’। ଏହି ସିନେମା ବଲିଉଡର ଦୀର୍ଘ ଦିନର ଇତିହାସକୁ ବଦଳାଇ ଦେଇଛି। ପ୍ରଥମ ଦିନର ପ୍ରଥମ ସୋ ସକାଳ ୫ଟାରେ ଆରମ୍ଭ କରି ରେକର୍ଡ କରିଛି ‘ଯବାନ’। ପୁଣି ନେଟ ଅଫ୍ ଅଲ ଟାଇମରେ ସର୍ବାଧିକ କୋଟିର ଓପନିଂ କରି ନୂଆ ଇତିହାସ ସୃଷ୍ଟି କରିଛି।

ଅଧିକାଂଶ ସିନେମାର ପ୍ରଥମ ଦିନର ପ୍ରଥମ ସୋ ସକାଳ ପ୍ରାୟ ୯ଟାରୁ ଆରମ୍ଭ ହୋଇଥାଏ। କିନ୍ତୁ ଶାହାରୁଖ ଖାନଙ୍କ ‘ଯବାନ’ର ପ୍ରଥମ ସୋ ସକାଳ ୫ଟାରୁ ଆରମ୍ଭ ହୋଇଥିଲା। କେତେକ ସ୍ଥାନରେ ରାତି ପ୍ରାୟ ୨ଟାରେ ଆରମ୍ଭ ହୋଇଥିଲା ସୋ। ଭରପୁର ଆକ୍ସନ ସହ ସାଉଥ ସୁନ୍ଦରୀଙ୍କ ରୋମାନ୍ସକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ।

‘ଯବାନ’ ପ୍ରଥମ ଦିନରେ ଭାରତରେ ୭୫ କୋଟି ଟଙ୍କା ରୋଜଗାର କରିଛି। ତିନୋଟି ଭାଷାରେ ରିଲିଜ ହୋଇଛି ଏହି ସିନେମା। ହିନ୍ଦୀ ଭାଷାରେ ସର୍ବାଧିକ ୬୫ କୋଟି ଟଙ୍କା ଆୟ କରିଥିବାବେଳେ ତାମିଲ ଭାଷାରେ ୫ କୋଟି ଏବଂ ତେଲୁଗୁ ଭାଷାରେ ୫ କୋଟି ଟଙ୍କା ନେଟ୍‌ ରୋଜଗାର କରିଛି। ବିଶ୍ୱବ୍ୟାପୀ ରୋଜଗାର ବିଷୟରେ କହିବାକୁ ଗଲେ, ସିନେମାଟି ସାରା ବିଶ୍ୱରେ ୧୨୦ କୋଟିରୁ ଅଧିକ ରୋଜଗାର କରିଥିବା ଜଣାପଡ଼ିଛି।ଶାହାରୁଖ ଖାନଙ୍କ ‘ଯବାନ’ ଚଳିତ ବର୍ଷ ରିଲିଜ ହୋଇଥିବା ବ୍ଲକବ୍ଲଷ୍ଟର ସିନେମା ‘ପଠାନ’ର ରେକର୍ଡକୁ ମଧ୍ୟ ଭାଙ୍ଗିଛି। ‘ପଠାନ’ର ଓପନିଂ ଡେ କଲେକ୍ସସନ ୫୭ କୋଟି ଟଙ୍କା ଥିବାବେଳେ ‘ଯବାନ’ ରିଲିଜର ପ୍ରଥମ ଦିନ ୭୫ କୋଟି ଟଙ୍କା ରୋଜଗାର କରି ରେର୍କଡ କରିଛି।

ଏଟଲି କୁମାରଙ୍କ ଦ୍ଵାରା ନିର୍ଦେଶିତ ଏହି ସିନେମାରେ ଶାହାରୁଖ ଖାନଙ୍କ ବ୍ୟତୀତ ନୟନତାରା, ବିଜୟ ସେତୁପତି, ସାନିଆ ମଲହୋତ୍ରା, ସୁନୀଲ ଗ୍ରୋଭର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Tags: #Bollywood #Jawan #JawanOnGoogle #JawanInCinemas #JawanReviews #ShahRukhKhan

LEAVE A REPLY

Please enter your comment!
Please enter your name here