ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ବଲିଉଡର ସୁପର ହିଟ୍ ଚଳଚ୍ଚିତ୍ର ‘ହେରା ଫେରି’ର ସିକୁଏଲ ‘ହେରା ଫେରି ୩’। ‘ହେରା ଫେରି ୩’ରେ କମେଡି କରିବେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ। ଫିଲ୍ମଟିରେ ସଞ୍ଜୟ ଦତ୍ତ ହାସ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ସୂଚନା ଦେଇଛନ୍ତି।

ଚଳିତ ବର୍ଷ ‘ହେରା ଫେରି ୩’ର ସୁଟିଂ ଆରମ୍ଭ ହେବ, ଯାହାକୁ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି ସଞ୍ଜୟ।

ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟି ଷ୍ଟାରର ଫିଲ୍ମ ‘ହେରା ଫେରି ୩’ରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବେ ସଞ୍ଜୟ ଦତ୍ତ। ଏହି ଫିଲ୍ମଟିରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ଖାସ ହେବ ବୋଲି ସେ କହିଛନ୍ତି। ଫିଲ୍ମର ସୁଟିଂ ଲସ ଏଞ୍ଜେଲ୍ସ, ଦୁବାଇ ଏବଂ ଆବୁଧାବିରେ ହେବ ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଅଭିନୟ କରିବେ।

ସଞ୍ଜୟ ଦତ୍ତ ଏମିତି ଜଣେ ଅଭିନେତା ସେ ସବୁ ଚରିତ୍ରରେ ନିଜକୁ ଫିଟ କରିପାରନ୍ତି। ନାୟକ ହେଉକି ଖଳନାୟକ ସବୁଥିରେ ସେ ପରଫେକ୍ଟ। ହାସ୍ୟ ଚରିତ୍ରରେ ମଧ୍ୟ କମ୍ ନୁହଁନ୍ତି ସଞ୍ଜୟ। ଅନେକ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ ହାସ୍ୟ ଚଳିତ୍ରରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଛନ୍ତି। ‘ହେରା ଫେରି ୩’ରେ ମଧ୍ୟ ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବେ ବୋଲି ଆଶା ବାନ୍ଧିଛନ୍ତି ଦର୍ଶକ।

Tags: #Bollywood #Bollywood #Cinema #SanjayDutt #HeraPheri3

LEAVE A REPLY

Please enter your comment!
Please enter your name here