ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିରେ ରିଲିଜ ହେବ ସଲମାନ ଖାନଙ୍କ ‘ଟାଇଗର ୩’, ଟିଜର ରିଲିଜ ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ

ରିଲିଜ ହୋଇଛି ‘ଟାଇଗର ୩’ର ଟିଜର। ସଲମାନ ଖାନ ତାଙ୍କ ସୋସିଆଲ ମିଡିଆ ପେଜରେ ଟିଜର ରିଲିଜ କରିଛନ୍ତି। ଏଥିରେ ତାଙ୍କର ଦମଦାର ଡାଏଲଗ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟିଜରରେ ସେ ଦେଶବାସୀଙ୍କୁ ‘ଟାଇଗର ୩’ର ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି।

ଗତ ମଙ୍ଗଳବାର ସଲମାନ ସୋସିଆଲ ମିଡିଆରେ ଏକ ମେସେଜ ଲେଖିଥିଲେ ଯେ “ମୋର ଆସନ୍ତାକାଲି ଦେବାକୁ ଏକ ମେସେଜ ଅଛି, ‘ଟାଇଗର’ର ମେସେଜ ୧୧ ଟାରେ”। ଏହା ପରେ ବୁଧବାର ଟିଜର ରିଲିଜ କରିଛନ୍ତି। ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ଟାଇଗର ୩’ର ପ୍ରଯୋଜକ ଅଛନ୍ତି ଆଦିତ୍ୟ ଚୋପ୍ରା।

ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ମନୀଷ ଶର୍ମା ଏବଂ ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ ‘ଟାଇଗର ୩’। ଚଳଚ୍ଚିତ୍ରଟି ହିନ୍ଦୀ, ତେଲୁଗୁ ଏବଂ ତାମିଲରେ ମୁକ୍ତିଲାଭ କରିବ।ଟିଜର ଆରମ୍ଭରେ ସଲମାନ ଖାନଙ୍କ ଠାରୁ ଶୁଣିବାକୁ ମିଳୁଛି, “ମୋର ନାମ ଅବିନାଶ ସିଂ ରାଠୋର କିନ୍ତୁ ତୁମ ସମସ୍ତଙ୍କ ପାଇଁ ମୁଁ ଟାଇଗର। ୨୦ ବର୍ଷ ଧରି ଭାରତର ସୁରକ୍ଷା ପାଇଁ ସବୁକିଛି ଦେଇଦେଲି ଏବଂ ଏହାର ପ୍ରତିବଦଳରେ କିଛି ମାଗି ନ ଥିଲି, କିନ୍ତୁ ଆଜି ମୁଁ ମାଗୁଛି। ଆଜି ତୁମମାନଙ୍କୁ କୁହାଯାଉଛି ଯେ ଟାଇଗର ଜଣେ ଦେଶଦ୍ରୋହୀ… ୨୦ ବର୍ଷ ସେବା ପରେ ମୁଁ ମୋର ଚରିତ୍ର ପ୍ରମାଣପତ୍ର ମାଗୁଛି। ଯେପର୍ଯ୍ୟନ୍ତ ଟାଇଗର ମରି ନାହିଁ ସେପର୍ଯ୍ୟନ୍ତ ଟାଇଗର ହାରି ନାହିଁ”। ଟିଜରରେ ପୁରା ଆକ୍ସନ ମୋଡରେ ନଜର ଆସିଛନ୍ତି ସଲମାନ।

‘ଟାଇଗର ୩’ କୁ ନେଇ ଦର୍ଶକଙ୍କ ମନରେ ଅନେକ ଆଶା। ଚଳଚ୍ଚିତ୍ରର ପ୍ରଥମ ଦୁଇଟି ଭାଗ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ବ୍ଲକବଷ୍ଟର ପ୍ରମାଣିତ ହୋଇଛି।

ସଲମାନଙ୍କ ‘ଏକ ଥା ଟାଇଗର’ ୩୩୪ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ସେହିପରି ‘ଟାଇଗର ଜିନ୍ଦା ହେ’ ୫୭୦ କୋଟି ଟଙ୍କା ଆୟ କରିଥିଲା। ତେଣୁ ‘ଟାଇଗର ୩’ ୧୦୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ।

Tags: #bollywood #tiger3 #teaserrelease #yrf #yrfspyuniverse #katrinakaif #salmankhan

LEAVE A REPLY

Please enter your comment!
Please enter your name here