ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ସାଥୀ ହେଲେ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ ଏଲ ରାହୁଲ। ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ସୋମବାର ଦିନ ବିବାହ ଅନୁଷ୍ଠିତ ହୋଇଛି। ଏହି ରୟାଲ ବିବାହରେ ସ୍ପୋର୍ଷ୍ଟସ ଏବଂ ବଲିଉଡ ଇଣ୍ଡଷ୍ଟ୍ରିଜର ତାରକାମାନେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।

ବିବାହ ପରେ ଆଥିୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ବିବାହ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି। ଉଭୟଙ୍କ ଯୋଡ଼ି ଖୁବ ସୁନ୍ଦର ଦେଖାଯାଉଛି। ପେଷ୍ଟଲ ପିଙ୍କ ଆଉଟଫିଟରେ ଉଭୟଙ୍କୁ ଦେଖିବାକୁ ମିଳିଛି। ଡିଜାଇନର ଅନାମିକା ଖାନା ଉଭୟଙ୍କ ବିବାହ ଡ୍ରେସକୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରିଛନ୍ତି।

Tags: #Entertainment #AthiyaShetty #KLRahul #Marriage #Bollywood #Cricketer

LEAVE A REPLY

Please enter your comment!
Please enter your name here