ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମଙ୍ଗଳବାର ଦିନ ବୁର୍ଲା ବୀର ସୁରେନ୍ଦ୍ର ସାଇ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (VSSUT) ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛି। ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଏବଂ ଆର୍ଥିକ ସହାୟତା ପାଇଁ ଭର୍ଚୁଆଲ ମିଟିଂ ଜରିଆରେ ଇସ୍ରୋ ମୁଖ୍ୟ କେ ଶିବନ ଏବଂ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଚୁକ୍ତିନାମା ଅନୁସାରେ ଭିସୁଟ୍‌ରେ ବୀର ସୁରେନ୍ଦ୍ର ସାଏ ସ୍ପେଶ ଇନୋଭେସନ ସେଣ୍ଟର ପ୍ରତିଷ୍ଠା ପାଇଁ ଇସ୍ରୋ ସବୁ ପ୍ରକାର ବୈଷୟିକ ପରାମର୍ଶ ସହିତ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବ। ଏଥିସହ କୃତ୍ରିମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ଯାହା ବୈଷୟିକ ଜ୍ଞାନକୌଶଳ ଆବଶ୍ୟକ ସେ ସବୁ ଇସ୍ରୋ ଯୋଗାଇ ଦେବା ସହ ଏଥିର ଜଡ଼ିତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ତାଲିମ ଯୋଗାଇ ଦେବ।BGU

ଏହାଛଡ଼ା ଭିସୁଟ୍‌ ଇସ୍ରୋଠାରୁ ଅନ୍ତରୀକ୍ଷ ଗବେଷଣା ଓ ରକେଟ ତିଆରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ କରିବାର ସୁଯୋଗ ପାଇପାରିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା      ଗବେଷଣା ଲାଗି ପ୍ରଥମ ଥର ଦେଶର ଏକ ବିଶ୍ୱବିଦ୍ୟାଳୟ ସହିତ ଇସ୍ରୋ ଚୁକ୍ତି କରିଛି।

Comment