ପୁଷ୍ପମିତ୍ର ମହାନ୍ତି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଡିସେମ୍ବର ୪ରେ ମହାକାଶରେ ଭାରତର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାବୋରେଟୋରି ଉତକ୍ଷେପଣ କରିବାକୁ ଯାଉଛି। ପିଏସଏଲଭି-ଏକ୍ସଏଲ ରକେଟରେ ଏହି ଅଭିଯାନ ମହାକାଶ ଗବେଷଣାକୁ କକ୍ଷପଥରେ ରିୟଲ ଟାଇମ ଡାଟା ପ୍ରୋସେସିଂ କ୍ଷମତା ସହିତ ପରିବର୍ତ୍ତନ କରିବ। 

ହାଇଦ୍ରାବାଦର କମ୍ପାନି ଟେକ୍ ମି ଟୁ ସ୍ପେସ୍ ମାଇ ଅର୍ବିଟାଲ୍ ଇନଫ୍ରାଷ୍ଟ୍ରକ୍ଚର- ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର (ଏମ୍ଓଆଇ-ଟିଡି) ବିକଶିତ କରିଛି, ଯାହା ଇସ୍ରୋର ପ୍ରୋବା-୩ ପେଲୋଡ୍ ସହିତ ଯାତ୍ରା କରିବ।

ମହାକାଶ ଗବେଷଣାରେ ବୈପ୍ଳବିକ ପରିବର୍ତ୍ତନ

ଅହମ୍ମଦାବାଦସ୍ଥିତ ଆଇଏନ୍-ଏସ୍ ପିଏସିଇ ଟେକ୍ନିକାଲ ସେଣ୍ଟର ଦ୍ୱାରା ସମର୍ଥିତ ଏମଓଆଇ-ଟିଡି ଉପଗ୍ରହ ପରିଚାଳନାରେ ଏକ ପ୍ରମୁଖ ସମସ୍ୟାର ମୁକାବିଲା କରିଥାଏ। ଏହା ପୃଥିବୀକୁ ଡାଟା ପଠାଇବାର ବିଳମ୍ବ କରିଥାଏ। ବର୍ତ୍ତମାନ ୪୦ ପ୍ରତିଶତ ସାଟେଲାଇଟ୍ ଡାଟା କ୍ଲାଉଡ୍ କଭର ଭଳି ଚ୍ୟାଲେଞ୍ଜ ଯୋଗୁଁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏ ପରିସ୍ଥିତିରେ ଏଆଇ ଦ୍ୱାରା ପରିଚାଳିତ ପ୍ଲାଟଫର୍ମ ସିଧାସଳଖ କକ୍ଷପଥରେ ଡାଟା ପ୍ରକ୍ରିୟାକରଣ କରିବ। ଏହାଦ୍ଵାରା ଖର୍ଚ୍ଚ ହ୍ରାସ ହେବା ସହ ଡାଟା ବିଶ୍ଲେଷଣକୁ ତ୍ୱରାନ୍ୱିତ ହେବ। 

ଟେକ୍ ମି ଟୁ ସ୍ପେସ୍ କମ୍ପାନିର ସିଇଓ ରୋନକ କୁମାର ସାମନ୍ତରାୟ ମହାକାଶ ପ୍ରଯୁକ୍ତିବିଦ୍ୟାକୁ ସମସ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରିବାରେ ଏମଓଆଇ-ଟିଡିର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ଏହା ଲକ୍ଷ ଲକ୍ଷ ଉତ୍ସାହୀ ଓ ଗବେଷକଙ୍କ ପାଇଁ ପୃଥିବୀ ପର୍ଯ୍ୟବେକ୍ଷଣର ମାର୍ଗ ଖୋଲିବ ବୋଲି ସେ କହିଛନ୍ତି।

ଅର୍ବିଟ୍ଲାବ୍: ମହାକାଶ ଗବେଷଣା ସହଜ ହେବ

ୱେବ ଆଧାରିତ କନସୋଲ ଅର୍ବିଟ୍ଲ୍ୟାବ୍ ଜରିଆରେ ୟୁଜର୍ସ ଏମଓଆଇ-ଟିଡି ସହ ଯୋଗାଯୋଗ କରିବେ। ସେମାନେ ପରିବେଶ ନିରୀକ୍ଷଣ, ଜଙ୍ଗଲ ନଷ୍ଟ ଟ୍ରାକିଂ ଏବଂ ଗ୍ରିନହାଉସ୍ ଗ୍ୟାସ୍ ଚିହ୍ନଟ ଭଳି ଆପ୍ଲିକେସନ୍ ପାଇଁ ଏଆଇ ମଡେଲ୍ ଅପଲୋଡ୍ କରିପାରିବେ। ଗବେଷଣା ପ୍ରକଳ୍ପ ପାଇଁ ଏହି ପ୍ଲାଟଫର୍ମ ମାଲେସିଆର ଏକ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପୂର୍ବରୁ ଭାଗିଦାରୀ କରିସାରିଛି। 

ମହାକାଶ କମ୍ପ୍ୟୁଟିଂର ଭବିଷ୍ୟତ

ଏଆଇ ଆକ୍ସେଲେରେଟର, ନମନୀୟ ସୌର କୋଷ ଏବଂ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀରେ ସଜ୍ଜିତ ଏମଓଆଇ-ଟିଡି ଭବିଷ୍ୟତର ମହାକାଶ ଭିତ୍ତିକ ଡାଟା ସେଣ୍ଟର ପାଇଁ ମଞ୍ଚ ସ୍ଥିର କରିଥାଏ। ଏହି ଅଭିଯାନ ପୃଥିବୀ ପର୍ଯ୍ୟବେକ୍ଷଣ କ୍ଷମତାକୁ ବଢ଼ାଇବ ଏବଂ ମହାକାଶରେ ଅତ୍ୟାଧୁନିକ କମ୍ପ୍ୟୁଟିଂ ଟେକ୍ନୋଲୋଜି ପାଇଁ ପଥ ପ୍ରଶସ୍ତ କରିବ।  

Tags: #Proba-3 #MOI-TD #AILaboratory #SpaceTechnology #ISRO #India

LEAVE A REPLY

Please enter your comment!
Please enter your name here