ଓଡ଼ିଶାଲାଇଭ୍ ବ୍ୟୁରୋ
ଦ ଗ୍ରେଟ ଖଲିଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଖଲିଙ୍କ ବିଷୟରେ କିଛି ଖାସ କଥା….
ଯଦି ଆପଣ WWE ଦେଖିବାକୁ ଭଲ ପାଉଥିବେ ତେବେ ଆପଣ ଦ ଗ୍ରେଟ ଖଲିଙ୍କୁ ନିଶ୍ଚୟ ଜାଣିଥିବେ। ରିଙ୍ଗ୍ ଭିତରେ ଖଲିଙ୍କୁ ଦେଖି ଆପଣ ସବୁଠୁ ବେଶୀ ଖୁସି ହୋଇଥିବେ। ରେସଲିଙ୍ଗ ଦୁନିଆରେ ୭ ଫୁଟ୍ ୧ ଇଞ୍ଚ ଲମ୍ବ ଏକମାତ୍ର ଭାରତୀୟ ଓ୍ୱାର୍ଲ୍ଡ ଚମ୍ପିୟାନ ଦ ଗ୍ରେଟ ଖଲି ଦେଶର ଗୗରବ। ଆଜି ସେହି ରେସଲରଙ୍କ ୪୮ ତମ ଜନ୍ମ ଦିନ। ୧୯୭୨ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ। 
ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଖଲିଙ୍କ ବିଷୟରେ କିଛି କଥା….
ଖଲିଙ୍କ ଅସଲ ନାଁ ହେଲା ଦିଲ୍ଲୀପ ସିଂହ ରାଣା।
ଏକ କୃଷକ ପରିବାରେ ଜନ୍ମ ନେଇଥିଲେ ଖଲି। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନଥିଲା। ସେଥିପାଇଁ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା।
ବିନୀତ କେ ବଂଶଲଙ୍କ ଦ୍ଵାରା ଲିଖିତ “The Man Who Became Khali”ରେ ସେ ଖଲିଙ୍କର ପିଲାବେଳର ସଂଘର୍ଷ ଠାରୁ ଆରମ୍ଭ କରି ବିଶ୍ଵ ହେଭିୱେଟ ଚାମ୍ପିୟନଶିପର ବିଜେତା ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀ ଲେଖା ଅଛି।
ଖଲି ମା’ କାଳୀଙ୍କର ଜଣେ ବଡ଼ ଭକ୍ତ।
ଖଲିଙ୍କ ଓଜନ ୧୫୭ କିଲୋଗ୍ରାମ। ଖଲି ପ୍ରତିଦିନ ସନ୍ଧ୍ୟାରେ ୨୦ ଟି ସିଝା ଅଣ୍ଡା ଖାଆନ୍ତି ଓ ୧୦ ଗ୍ଲାସ ଜୁସ୍, ୧୦ ଲିଟର କ୍ଷୀର ପିଅନ୍ତି।
ଟେଲିଭିଜନ ରିଆଲିଟି ସୋ’ ବିଗ ବସ୍ ଜରିଆରେ ଟିଭିରେ ଡେବ୍ୟୁ କରିଥିଲେ। ସେ ବଲିଉଡ ଓ ହଲିଉଡ ଫିଲ୍ମରେ ବି କାମ କରିଛନ୍ତି। ବ୍ୟକ୍ତିଗତ ଜୀବନରେ ଖଲି ବେଶ ଆଧ୍ୟତ୍ମିକ। ତାଙ୍କ ପତ୍ନୀଙ୍କ ନାଁ ହରମିନ୍ଦର କୌର।










