ଓଡ଼ିଶାଲାଇଭ୍ ବ୍ୟୁରୋ

BK DAS

ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟିଂ ରେଞ୍ଜ୍-ଆଇଟିଆରର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସଙ୍କର ବଦଳି ହୋଇଛି। ଡେରାଡୁନ ସ୍ଥିତ ଇନଷ୍ଟ୍ରୁମେଣ୍ଟସ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟସ ଏଷ୍ଟାବ୍ଲିସମେଣ୍ଟର ନିର୍ଦ୍ଦେଶକ ଭାବେ ଯୋଗଦେଇଛନ୍ତି। ଡକ୍ଟର ଦାସ ଚାନ୍ଦିପୁର ଆଇଟିଆରରେ ଦୀର୍ଘ ୩୪ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ କାମ କରିଆସିଛନ୍ତି। ପ୍ରାୟ ୪ ବର୍ଷ ହେଲା ସେ ଏଠାରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହା ସହ ତାଙ୍କ ନେତୃତ୍ୱରେ କରୋନାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା।

BGU

ଏଠାକାର ଲାବେରୋଟୋରୀରେ ସ୍ୱତନ୍ତ୍ର ଭାବେ ସାନିଟାଇଜର ପ୍ରସ୍ତୁତ କରାଯାଇଥିଲା। ନିୟମିତ ଭାବେ ବାଲେଶ୍ୱର ସହରକୁ ସାନିଟାଇଜ କରାଯାଉଥିଲା। ଏହା ସହ ଏରିଏଲ ସାନିଟାଇଜେସନ ବ୍ୟବସ୍ଥାକୁ ମଧ୍ୟ ବିକଶିତ କରାଯାଇଥିଲା। ଡ୍ରୋନ୍ ମାଧ୍ୟମରେ କିପରି ସାନିଟାଇଜ କରାଯିବ ତାର ବ୍ୟବସ୍ଥା ମଧ୍ୟ  ହୋଇଥିାଲା। ଏହା ସହ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ଅଗ୍ନି ନିର୍ବାପନର କ୍ଷମତା ମଧ୍ୟ ରଖିଛି। ଡକ୍ଟର ଦାସଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଡିକେ ଯୋଶୀଙ୍କୁ ଆଇଟିଆର ନିର୍ଦ୍ଦେଶକ ପଦବିରେ ଅବସ୍ଥାପିତ କରାଯାଇଛି।

Comment