ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ଯାଜପୁର ଜିଲ୍ଲାର ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଘାଇ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ମାଟିଆପଡ଼ା, ଅରୁଆଳ ଏବଂ ରୁଦ୍ରପୁର।
ଅନ୍ୟପଟେ ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଜଳ ଆସି ଜିଲ୍ଲାର ୮ଟି ବ୍ଲକକୁ ପ୍ରଭାବିତ କରିଛି। ଜିଲ୍ଲାର ବଡ଼ଚଣା, ବିଞ୍ଝାରପୁର, ବରୀ, ରସୁଲପୁର, ଯାଜପୁର, ଧର୍ମଶାଳା, ଦଶରଥପୁର ଏବଂ କୋରେଇ ବ୍ଲକରେ ବନ୍ୟା ପାଣି ମାଡ଼ି ଅନେକ ଚାଷଜମି ସହ ଜନବସତିକୁ ମଧ୍ୟ ପ୍ରଭାବିତ କରିଛି।
ଗୋଟେ ପଟେ କରୋନା ଦାଉ ନ ସରୁଣୁ ବନ୍ୟାର ଦାଉ ଆରମ୍ଭ ହୋବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ତେବେ ଆଜିଠୁ ରାଜ୍ୟରେ ବର୍ଷା କମିବ ବୋଲି କାଲି ସ୍ଵତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଥିଲେ। ବର୍ଷା କମିଲେ ବନ୍ୟା ଜଳ ମଧ୍ୟ ହ୍ରାସ ପାଇବ।


















