ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ଯୋଗଦେବାକୁ ଥିବା ସମସ୍ତ ସାଂସଦ, ମନ୍ତ୍ରୀମାନଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଅଧିବେଶନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ଏହି ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।
ସାଂସଦଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ ଓ ଅଧିକାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେହିମାନେ ହିଁ ଅଧିବେଶନରେ ସାମିଲ ହୋଇପାରିବେ।
ସେପ୍ଟେମ୍ବର ୧୪ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଅଛି। ଅଧିବେଶନ ସମୟରେ କରୋନା ସଂକ୍ରମଣ ରୋକିବାକୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

















