ଓଡ଼ିଶାଲାଇଭ୍‌ ବ୍ୟୁରୋaditya das

  • ଆଦିତ୍ୟ ମୃତ୍ୟ ମାମଲାରେ ନୂଆ ମୋଡ଼ 
  • ଆଦିତ୍ୟଙ୍କ ମା’ ଆଣିଲେ ସାଙ୍ଘାତିକ ଅଭିଯୋଗ
  • କହିଲେ,‘‘ପୁଅର ମୃତ୍ୟୁ ପଛରେ ଅଛି ଜଣେ ଯୁବତୀଙ୍କ ହାତ’’

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଟୁଇଷ୍ଟ ଆସିଛି। ଏହି ମୃତ୍ୟୁ ପଛରେ ଜଣେ ଯୁବତୀଙ୍କ ସଂପୃକ୍ତି ଥିବା କହିଛନ୍ତି ଆଦିତ୍ୟଙ୍କ ମା’।

ଆଦିତ୍ୟଙ୍କ ମା’ଙ୍କ କହିବା ଅନୁସାରେ ସଂପୃକ୍ତ ଯୁବତୀ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ନିର୍ବନ୍ଧ ଦିନ ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏଥିସହ ଆଦିତ୍ୟଙ୍କୁ ମାରିବା ପାଇଁ ସେ ଖୋଲାଖୋଲି ଧମକ ଦେଇଥିଲେ। ତେଣୁ ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତ ଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ଏନେଇ କ୍ରାଇମବ୍ରାଞ୍ଚଙ୍କୁ ସମସ୍ତ ତଥ୍ୟ ଦେଇଥିବା ମଧ୍ୟ ସେ କହିଛନ୍ତି। ପୂର୍ବରୁ ଆଦିତ୍ୟଙ୍କ ବାପା ମଧ୍ୟ ଏହି ଅଭିଯୋଗ ଆଣିଥିଲେ।BGU

ତେବେ ସେ ମହିଳା ଜଣକ କିଏ ପାଇଁ କିମ୍ବା କେଉଁ କାରଣରୁ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ, ସେ ବିବାହିତ ନା ଅବିବାହିତ ସେ ନେଇ ସେ କୌଣସି ସୂଚନା ଦେଇନାହାନ୍ତି ପରିବାର ଲୋକ।

ଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ସେ କିପରି ପ୍ରାଣ ହରାଇଲେ ତାକୁ ନେଇ ସନ୍ଦେହ ଦେଖାଯାଇଥିଲା। ତାଙ୍କୁ କେହି ହତ୍ୟା କରି ଆଣି ଟ୍ରେନ୍ ଲାଇନରେ ପକାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପ୍ରଥମେ ଜିଆରପି ଓ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତନାଘନା କରୁଛି।

 

LEAVE A REPLY

Please enter your comment!
Please enter your name here