ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଛି। ସ୍ୱାମୀ ସ୍ତ୍ରୀ ଉଭୟ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଥିଲା ବେଳେ ଆଜି ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିସନ ଦାଖଲ କରିଛନ୍ତି। ବୈବାହିକ ସମ୍ପର୍କ ଭାଙ୍ଗିଥିବାରୁ ତାଙ୍କ ସହ ଆଉ ରହିବା ସମ୍ଭବ ନୁହେଁ ବୋଲି ଅନୁଭବ କହିଛନ୍ତି। ଏମିତିକି ୨୦୧୯, ମେ’୧ରୁ ଉଭୟ ଏକାଠି ରହୁନଥିବା ପିଟିସନରେ ଉଲ୍ଲେଖ ରହିଛି।

୪୭ ପୃଷ୍ଠାର ପିଟସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ପିଟିସନରେ ଲେଖିଛନ୍ତି ଅନୁଭବ।BGU

‘‘ବାହାଘରର ପ୍ରଥମ ଦିନରୁ ବର୍ଷା ଶାରୀରିକ ସମ୍ପର୍କ ପାଇଁ ମନା କରି ଦେଇଥିଲେ। ଏଥିପାଇଁ ସେ ୩ରୁ ୪ ମାସ ସମୟ ମାଗିଥିଲେ। ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ସମୟ ଦେଇଥିଲି’’, ପିଟିସନରେ ଲେଖିଛନ୍ତି ଅନୁଭବ।

ବର୍ଷା ସବୁବେଳେ ନିଜର ପ୍ରାଧାନ୍ୟ ବିସ୍ତାର କରୁଥିଲେ। ବର୍ଷା ଶାଶୂଘରକୁ ପସନ୍ଦ କରୁନଥିଲେ। ଏଥିପାଇଁ ଅଧିକାଂଶ ସମୟ ଝଗଡ଼ା ହେଉଥିଲା ବୋଲି ଅଭିଯୋଗ କରିଛନ୍ତି ଅନୁଭବ।

ଅନୁଭବଙ୍କ ଅଭିଯୋଗ ଅନୁସାରେ ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ସେ ରହିଥିଲେ। ଦିଲ୍ଲୀରେ ସମ୍ପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ। ଦିଲ୍ଲୀରୁ ଫେରିବା ପରେ ବର୍ଷା ଖୁସି ଥିଲେ। ସମ୍ପର୍କ ଠିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Comment