ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ବିବାଦ ପ୍ରସଙ୍ଗରେ ଜୋର୍‌ଦାର ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା। ଏହି ପ୍ରସଙ୍ଗରେ ନବୀନ ଚୁପ୍ କାହିଁକି ଅଛନ୍ତି, ଏଥିସହ ଅନୁଭବଙ୍କୁ ଦଳରୁ ବହିଷ୍କାର କରନ୍ତୁ ନବୀନ, ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି।

“ଜଣେ ସାଂସଦଙ୍କର ଏପରି ଆଚରଣକୁ ବରଦାସ୍ତ କରାଯାଇପାରିବନି। ଯିଏ ନିଜ ପତ୍ନୀଙ୍କ ସହ ଏପରି କରିପାରୁଛନ୍ତି, ସେ କିପରି କେନ୍ଦ୍ରପଡ଼ାର ମହିଳାମାନଙ୍କୁ ସୁରକ୍ଷା ଦେବେ। ଅନୁଭବ ମାନବିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ”, କହିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ।

BGU

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହେଉଛନ୍ତି। ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଅନୁଭବ। ତେଣୁ ନବୀନ ଅନୁଭବଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଯଦି ଏହି ପ୍ରସଙ୍ଗରେ ଶୀଘ୍ର କିଛି ସମାଧାନ କରା ନ ଯାଏ, ତେବେ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ପ୍ରେସମିଟ ଯୋଗେ କୁହାଯାଇଛି।

କିଛିଦିନ ପୂର୍ବେ ସାଂସଦ ଅନୁଭବ ମହାନ୍ତି ବିରୋଧରେ ନିର୍ଜାତନା ଅଭିଯୋଗ ଆଣି କୋର୍ଟର ଦ୍ଵାରସ୍ତ ହୋଇଥିଲେ ବର୍ଷା। ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ପିଟିସନ୍ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଅନୁଭବ-ବର୍ଷା ପ୍ରସଙ୍ଗରେ ବିବାଦ ଲାଗିରହିଛି।

LEAVE A REPLY

Please enter your comment!
Please enter your name here