ଓଡ଼ିଶାଲାଇଭ ବ୍ୟୁରୋ
ଗତ କିଛି ଦିନ ହେବ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଓ ଶିବସେନା ମଧ୍ୟରେ ବିବାଦ ଚାଲିଛି। ଏହାରିମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ଭେଟିଛନ୍ତି କଙ୍ଗନା। ବିଏମସି ତାଙ୍କ ଅଫିସ ଭାଙ୍ଗିବା ଘଟଣା ନେଇ ରାଜ୍ୟପାଳଙ୍କ ଆଗରେ ନିଜର ଆଭିମୁଖ୍ୟ ରଖିଛନ୍ତି କଙ୍ଗନା।
ରାଜ୍ୟପାଳଙ୍କୁ ଭେଟିବା ପରେ କଙ୍ଗନା କହିଛନ୍ତି, ”ମୋ ପ୍ରତି ଯାହା ଅନ୍ୟାୟ ହୋଇଛି ସେ ବିଷୟରେ ଆଲୋଚନା ହୋଇଛି। ମୁଁ ତାଙ୍କ ଝିଅ ଭଳି। ସେ ମୋର ସବୁ କଥା ଶୁଣିଛନ୍ତି। ଏ ସହର ମତେ ବହୁତ କିଛି ଦେଇଛି। ମୁଁ ଆଶା କରୁଛି ମତେ ନ୍ୟାୟ ବି ମିଳିବ।’’
A short while ago I met His Excellency the Governor of Maharashtra Shri Bhagat Singh Koshyari Ji. I explained my point of view to him and also requested that justice be given to me it will restore faith of common citizen and particularly daughters in the system. pic.twitter.com/oCNByhvNOT
— Kangana Ranaut (@KanganaTeam) September 13, 2020
ଗୁରୁବାର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ମୁଖ୍ୟ ପରାମର୍ଶଦାତା ଅଜୟ ମେହେଟ୍ଟାଙ୍କ ସହ କଙ୍ଗନାଙ୍କ ମାମଲା ଉପରେ ଆଲୋଚନା କରିଥିଲେ। ଖୁବଶୀଘ୍ର ଏ ସମ୍ପର୍କରେ ରାଜ୍ୟପାଳ କେନ୍ଦ୍ରକୁ ଏକ ରିପୋର୍ଟ ମଧ୍ୟ ଦେବେ।
ଏହାପର୍ବରୁ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବାଲେ ମଧ୍ୟ ରାଜ୍ୟପାଳଙ୍କୁ ଭେଟି କଙ୍ଗନାଙ୍କ ପାଇଁ କ୍ଷତିପୂରଣ ଦାବି କରିଥିଲେ।
















