ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଦେଶର ନୂଆ ସଂସଦ ଭବନ। ଯାହାର ନିର୍ମାଣ ଦାୟିତ୍ୱ ନେଇଛି ଟାଟା। ୮୬୧ କୋଟି ଟଙ୍କାରେ ତିଆରି ହେବାକୁ ଥିବା ଏହି ବିଶାଳ ଭବନର ନିର୍ମାଣ ଆଗାମୀ ଏକ ବର୍ଷ ଭିତରେ ଶେଷ ହେବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଦିଲ୍ଲୀରେ ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସୁଛି। ହେଲେ ଏହି କୋଠା ପୁରୁଣା ହୋଇଯିବାରୁ ଏହାକୁ ନେଇ ଅନେକ ଅସୁବିଧା ଦେଖାଦେଉଛି। ତେଣୁ ନୂଆ ସଂସଦ ଭବନ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।ନୂଆକରି ନିର୍ମାଣ ହେବାକୁ ଥିବା ଏହି ସଂସଦ ଭବନର ଆକାର ତ୍ରିଭୁଜାକାର ହେବ। ଏଥିସହିତ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ୨୦୨୨ ମସିହା ଅଗଷ୍ଟ ୧୫ ବେଳକୁ ଦେଶ ଯେତେବେଳେ ୭୫ ତମ ସ୍ୱାଧୀନତା ଦିବସ ପାଳୁଥିବ ସେତେବେଳ ଦେଶର ସାଂସଦମାନେ ନୂଆ ସଂସଦ ଭବନରେ ବସିଥିବେ ବୋଲି କୁହାଯାଇଛି।

ବର୍ତ୍ତମାନ ଦେଶର ସଂସଦ ଭବନ ଥିବା କୋଠାକୁ ୧୯୧୧ ମସିହାରେ ନିର୍ମାଣ କରାଯାଇଥିଲା। ଏହାପରେ ୧୯୨୭ ମସିହାରୁ ସେଠାରେ ସଂସଦର କାର୍ଯ୍ୟ କରାଯାଉଛି। ହେଲେ ବର୍ତ୍ତମାନ ସମୟରେ ଅଧିବେଶନ ବସିବାକୁ ଏଠାରେ ଅନେକ ଅସୁବିଧା ହେଉଛି। ତେଣୁ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଟାଟାକୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here