ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କ ପରେ ଆଜି ଅଭିନେତ୍ରୀ ରକୁଲ ପ୍ରୀତ ଓ କରିସ୍ମା ପ୍ରକାଶଙ୍କ ପାଳି। ଦୁହେଁ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି)ରେ ହାଜର ହେବେ। ଡ୍ରଗ୍ସ ଲିଙ୍କ୍‌ ସମ୍ପର୍କରେ ତଥ୍ୟ ବାହାର କରିବା ପାଇଁ ଆଜି ଏହି ଦୁଇ ବଲିଉଡ ଷ୍ଟାରଙ୍କୁ ପଚରାଉଚରା କରିବ ଏନ୍‌ସିବି।

ଆଜି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ହାଜର ହେବାର ଥିଲା। ହେଲେ ଏହାକୁ ଘୁଞ୍ଚାଇ ଦିଆଯାଇଛି।  ନିର୍ଦ୍ଦେଶକ ସକୁନ୍ ବାତ୍ରାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଦୀପିକା ପାଦୁକୋନ୍ ଗୋଆରେ ଥିଲେ। ଏହାପରେ ସେ ମୁମ୍ବାଇ ଫେରିଛନ୍ତି। ସେ ପରେ ଏନସିବି ପଚରାଉଚୁରାର ସାମନା କରିବେ ବୋଲି ଜଣାପଡ଼ିଛି।

ରକୁଲ ପ୍ରୀତ ସିଂହ ଓ କରିସ୍ମା ପ୍ରକାଶଙ୍କୁ ଆଜି ଜେରା କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚୁରା କରିବ। ଦୁହେଁ ସୁଶାନ୍ତଙ୍କ ସହ ଅନେକ ପାର୍ଟିରେ ଡ୍ରଗ୍ସ ସେବନ କରିବା ସହ କାରବାର କରୁଥିବା ନେଇ ଏନସିବିକୁ ଖବର ମିଳିଛି।

Comment