ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ। ଆଜି ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ନେଇ ଖବର ମିଳିଥିଲା। ଏହାପରେ ସେ ଅଗଷ୍ଟ ୫ ତାରିଖରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ପଜିଟିଭ୍ ଚିହ୍ନଟ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ତାଙ୍କର ଅବସ୍ଥା ବେଳକୁ ବେଳ ବିଗିଡ଼ିବାରେ ଲାଗିଥିଲା। ୧୩ ଅଗଷ୍ଟ ବେଳକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସବୁଠୁ ଅଧିକ ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଏହାର ମାସେ ପରେ ତାଙ୍କର କରୋନା ଟେଷ୍ଟିଂ ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ଆଜି ତାଙ୍କର ପରଲୋକ ଘଟିଛି।ବାଲାସୁବ୍ରମଣ୍ୟମ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇଛନ୍ତି। ବିଶେଷକରି ପେହେଲା ପେହେଲା ପ୍ୟାର ହେ, ଦିକତାନା ଦିକତାନା, ମେରେ ଜୀବନ ସାଥୀ, ଆଜା ଶାମ୍ ହୋନେ ଆଇ ଭଳି ତାଙ୍କର ଲୋକପ୍ରିୟ ଗୀତ ଦର୍ଶକମାନଙ୍କ ମନକୁ ଛୁଇଁ ପାରିଥିଲା।

୬୦ ଦଶକରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବାଲାସୁବ୍ରମଣ୍ୟମ ପ୍ରାୟ ୪୦ ହଜାର ଗୀତ ଗାଇଥିବା ସୂଚନା ରହିଛି। ଏଥିସହ ସେ ମୋଟ ୧୬ଟି ଭାଷାରେ ଗୀତ ଗାଇ ରେକର୍ଡ ମଧ୍ୟ କରିଛନ୍ତି। ହିନ୍ଦୀ ଫିଲ୍ମ ଜଗତରେ ଏକ ଦୁଜେ କେ ଲିଏ (୧୯୮୧)ରୁ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସଲମାନ ଖାନଙ୍କ ମେନେ ପ୍ୟାର କିୟା ଫିଲ୍ମରେ ତାଙ୍କ ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ ଆସିଥିଲା।

LEAVE A REPLY

Please enter your comment!
Please enter your name here