ଓଡ଼ିଶାଲାଇଭ୍ ବ୍ୟୁରୋ
କେଶ ରଙ୍ଗ କରିବା ଆଜିକାଲି ଏକ ଟ୍ରେଣ୍ଡରେ ପରିଣତ ହେଲାଣି। କମ୍ ବୟସର ଯୁବକ ଯୁବତୀଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କେଶ ରଙ୍ଗେଇବାକୁ ପସନ୍ଦ କରିଥାନ୍ତି। ତେବେ ଯଦି ଆପଣ ଘରେ କେଶ ରଙ୍ଗ କରୁଛନ୍ତି ତେବେ ଆପଣଙ୍କୁ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ହେବ। ନଚେତ୍ ସଂକ୍ରମଣ, ଆଲର୍ଜି ପରି ସମସ୍ୟା ଦେଖାଦେବ। ତେବେ କେଶ ରଙ୍ଗ କଲାବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ..
କେଶ ରଙ୍ଗ କରିସାରିବା ପରେ ବ୍ରଶ୍କୁ ଭଲ ଭାବେ ଧୋଇ ପରିଷ୍କାର କରନ୍ତୁ। ସେହିପରି ଆପଣଙ୍କ ପାନିଆ ଯେପରି ଅନ୍ୟ କେହି ବ୍ୟବହାର ନ କରନ୍ତି ସେଥିପ୍ରତି ବି ଗୁରୁତ୍ୱ ଦିଅନ୍ତୁ। ନ ହେଲେ ସଂକ୍ରମଣର ଆଶଙ୍କା ରହିଥାଏ।
ବର୍ଗଣ୍ଡି ରଙ୍ଗ ସବୁ ବୟସର ମହିଳାଙ୍କୁ ଭଲ ଲାଗିଥାଏ। ତେବେ ଆଉ ଟିକେ ଷ୍ଟାଇଲିଶ୍ ଲୁକ୍ ଚାହୁଁଥିଲେ ବ୍ରାଉନ୍ ବା ଏହାଠାରୁ ହାଲକା ସେଡ୍ର ବ୍ୟବହାର କରନ୍ତୁ।
ଇଚ୍ଛାହେଲେ ସବୁ କେଶକୁ ରଙ୍ଗ ନ କରି ଅଳ୍ପ ଟିକେ ରଙ୍ଗ କରିପାରିବେ। ତେବେ ସାମ୍ନାରୁ ରଙ୍ଗ କଲେ ବେଶ୍ ଭଲ ମାନିଥାଏ।
କେଶ ରଙ୍ଗ କରିବା ପୂର୍ବରୁ ଭଲ ଭାବେ କେଶକୁ ସଫା କରନ୍ତୁ। ନ ହେଲେ ରଙ୍ଗ ଅଧିକ ଦିନ ରହିନଥାଏ।ପ୍ରାକୃତିକ ଉପାୟରେ କେଶ ରଙ୍ଗ କରିବାକୁ ଚାହୁଁଥିଲେ ମେହେନ୍ଦୀ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ। ତେବେ ମେହେନ୍ଦୀ କରିବା ପୂର୍ବରୁ ପୂର୍ବଦିନ ରାତିରେ ପାଣିରେ କିଛି ଚା’ ପତି ମିଶାଇ ରଖିଦିଅନ୍ତୁ। ଏହାଦ୍ୱାରା ମେହେନ୍ଦୀର ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହିବ।କେଶ ରଙ୍ଗ କରିବା ସମୟରେ ହାତକୁ କେବେହେଲେ ଆଖିରେ ଲଗାନ୍ତୁ ନାହିଁ। ନଚେତ୍ ଆଖି ସଂକ୍ରମଣ ହେବାର ଆଶଙ୍କା ରହିଥାଏ।