ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ଦୀପିକା, ସାରା, ଶ୍ରଦ୍ଧା, ରାକୁଲଙ୍କୁ ପଚରାଉଚରା କରିବା ପରେ ସେମାନଙ୍କ ମୋବାଇଲ ଜବତ ହୋଇଛି। ମୋବାଇଲ ଜବତ କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି। କାରଣ ଏହି ମୋବାଇଲଗୁଡିକରୁ ଏନସିବି ପୁରୁଣା ତଥ୍ୟ ବାହାର କରିବାକୁ ଚାହୁଁଛି। ଏହାଦ୍ୱାରା ଡ୍ରଗ୍ସ ଲିଙ୍କ୍‌ ନେଇ ସେମାନେ କଥାବାର୍ତ୍ତ ହୋଇଛନ୍ତି ନା ନାହିଁ  ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହେବ।

ପୁରୁଣା ତଥ୍ୟରୁ ଯଦି କିଛି ସନ୍ଦେହଜନକ ଏନସିବି ମନେ କରେ, ତେବେ ଏହି ସମସ୍ତ ଅଭିନେତ୍ରୀମାନଙ୍କୁ ପୁଣିଥରେ ଜେରା କରିବ ଏନସିବି।

ରିପୋର୍ଟ ଅନୁସାରେ ଏହି ଅଭିନେତ୍ରୀଙ୍କ ଜବାବରେ ମଧ୍ୟ ଏନସିବି ସନ୍ତୁଷ୍ଟ ନାହିଁ। ଏହି କାରଣରୁ ଅଧିକ ତଦନ୍ତ ପାଇଁ ଏନସିବି ସେମାନଙ୍କ ମୋବାଇଲ ରଖିଥିବା କୁହାଯାଉଛି। କାରଣ ଅଭିନେତ୍ରୀ ଦୀପିକା ଓ ଶ୍ରଦ୍ଧାଙ୍କର କିଛି ହ୍ୱାଟସଆପ୍‌ ଚାଟ ଭାଇରାଲ ହୋଇଥିଲା। ଯେଉଁଥିରେ ସେମାନେ ଇସାରାରେ ଡ୍ରଗ୍ସ ସମ୍ପର୍କରେ କଥା ହୋଇଥିବା ସନ୍ଦେହ କରିଛି ଏନସିବି। କିନ୍ତୁ ଏହି ୨ ଅଭିନେତ୍ରୀ ଏହାକୁ ଖଣ୍ଡନ କରିଛନ୍ତି।

LEAVE A REPLY

Please enter your comment!
Please enter your name here