ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଜଗତର ଜଣେ ଆଗଧାଡ଼ିର ନାୟିକା ହେଲେ ହିନା ଖାନ୍‌। ନିଜର ଲୁକ୍‌ ଓ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ହିନା ଏବେ ଷ୍ଟାଇଲରେ ବଲିଉଡ ଅଭିନେତ୍ରୀଙ୍କୁ ବି ଟକ୍କର ଦେଉଛନ୍ତି। ଏୟାରପୋର୍ଟ ହେଉ ବା ରେଡ୍‌ କାର୍ପେଟ ସବୁଠି ସେ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିବାରେ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ଆଜି ଏହି ନାୟିକା ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି।

ଆସନ୍ତୁ ଜାଣିବା ହିନା ଖାନଙ୍କ ବିଷୟର…

୧୯୮୭ରେ ଶ୍ରୀନଗର ଜନ୍ମ ହୋଇଥିବା ହିନା ଖାନ ପୂର୍ବରୁ ଏତେ ଷ୍ଟାଇଲିଶ୍‌ ନଥିଲେ। ବିଗ୍‌ ବସ୍‌ରେ ଭାଗ ନେବା ପରେ ତାଙ୍କ ଗ୍ଲାମରସ୍‌ ଲୁକ୍‌ ଦେଖିବାକୁ ମିଳିଥିଲା।

ହିନା ଖାନ ତାଙ୍କ କ୍ୟାରିୟର ଷ୍ଟାର ପ୍ଳସ୍‌ରେ ପ୍ରସାରିତ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତାରୁ ଆରମ୍ଭ କରିଥିଲେ’। ଏହାପରେ ସେ ରିଆଲିଟି ସୋ୍‌ ବିଗ ବସ୍‌ରେ ନଜର ଆସିଥିଲେ। ସେ ନିକଟରେ ‘କସୌଟି ଜିନ୍ଦେଗୀ କେ ୨’ରେ କମୋଲିକା ଚରିତ୍ରରେ ଖଳନାୟିକା ଭାବେ ନଜର ଆସିଥିଲେ।

ହିନାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଛି। ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକ୍ଡ’ ସେ ନଜର ଆସିଥିଲେ।।  ଫିଲ୍ମ ବ୍ୟତୀତ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି ହିନା।

LEAVE A REPLY

Please enter your comment!
Please enter your name here