ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସହିତ ଭାରତର ୮ଟି ସମୁଦ୍ରକୂଳକୁ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ମିଳିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଦେଶର କିଛି ସମୁଦ୍ର କୂଳକୁ ଏହି ମାନ୍ୟତା ମିଳିଛି। ଯାହା ଭାରତ ପାଇଁ ଏକ ଗର୍ବର ବିଷୟ। ତେବେ ଏହି ‘ବ୍ଲୁ ଫ୍ଲାଗ୍’ ମାନ୍ୟତା କ’ଣ ଏବଂ ସେଥିରେ କେଉଁ କେଉଁ ସୁବିଧା ମିଳିଥାଏ ଆପଣ ଜାଣିଛନ୍ତି କି?

ଡେନମାର୍କର ଫାଉଣ୍ଡେସନ ଫର୍ ଏନଭରମେଣ୍ଟ ଏଜୁକେସନ (FEE) ପକ୍ଷରୁ ଏହି ସମ୍ମାନ ଦିଆଯାଇଥାଏ। ବିଶ୍ୱର ଯେଉଁ ସୁମଦ୍ରକୂଳର ସ୍ୱଚ୍ଛ ସହିତ ପର୍ଯ୍ୟଟକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥାଏ ତାକୁ ଏହି ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ମିଳିଥାଏ। ଏଥିସହିତ ବ୍ଲୁ ଫାଗ୍ ମାନ୍ୟତା ପାଇବାକୁ ହେଲେ ସମୁଦ୍ରକୂଳକୁ କେତେକ ସର୍ତ୍ତ ପୂରଣ କରିବା ନିହାତି ଆବଶ୍ୟକ ହୋଇଥାଏ।ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବା ଦରକାର। ତା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ୨୪ ଘଣ୍ଟା ରହିଥିଲେ ଗୋଟିଏ ସମୁଦ୍ର କୂଳକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥାଏ। ତା’ସହିତ ସେହି ସମୁଦ୍ରକୂଳ  ସ୍ୱଚ୍ଛ ମଧ୍ୟ ରହିବା ଦରକାର। ଏହିଭଳି ଅନେକ ସର୍ତ୍ତ ପୂରଣ କଲେ ଗୋଟିଏ ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ଦିଆଯାଇଥାଏ।କାହାକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା?

ଭାରତର ୮ଟି ସମୁଦ୍ରକୂଳକୁ ଏହି ସମ୍ମାନଜନକ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି। ଏହା ମଧ୍ୟରେ ଓଡ଼ିଶାର ପୁରୀ ସମୁଦ୍ରକୂଳ ମଧ୍ୟ ସାମିଲ ଅଛି। ଏହାସହିତ ଗୁଜରାଟର ଶିବରାଜପୁର, ଦୀବର ଘୋଘଲା, କର୍ଣ୍ଣାଟକର କାସରକୋଡ ଓ ପଦୁବିଦ୍ରୀ, କେରଳର କପ୍ପଡ, ଆନ୍ଧ୍ରପ୍ରଦେଶର ରୃଶିକୋଣ୍ଡା ଓ ଆଣ୍ଡାମାନର ରାଧାନଗର ସମୁଦ୍ରକୂଳକୁ ଏହି ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଛି।

LEAVE A REPLY

Please enter your comment!
Please enter your name here