ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଫୁସଫୁସ କର୍କଟରେ ଆକ୍ରାନ୍ତ ହେବା ପରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବେ ସବୁ କାମରୁ ବ୍ରେକ୍ ନେଇଛନ୍ତି। ଏହି ବ୍ରେକ୍ ମଧ୍ୟରେ ଏକ ସେଲୁନକୁ ଯାଇ ସଞ୍ଜୁ ବାବା ନିଜର ହେୟାର ଷ୍ଟାଇଲ୍କୁ ବଦଳାଇ ଦେଇଛନ୍ତି। ନୂଆ ହେୟାର ଷ୍ଟାଇଲରେ ସଞ୍ଜୟ ଦତ୍ତ ବେଶ୍ ହ୍ୟାଣ୍ଡସମ୍ ଲାଗୁଛନ୍ତି। ତାଙ୍କୁ ପ୍ରଶଂସକଙ୍କ ପ୍ରଶଂସା ମଧ୍ୟ ମିଳିଛି।
ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସଞ୍ଜୟ ଖୁବ୍ଶୀଘ୍ର ସୁସ୍ଥ ହୋଇ ସୁଟିଂକୁ ଫେରିବେ ବୋଲି କହୁଛନ୍ତି।
ଗତ ଅଗଷ୍ଟରେ ସଞ୍ଜୟ ଦତ୍ତ ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ସଙ୍ଗେ ସଙ୍ଗେ ସେ ସବୁ କାମରୁ ବ୍ରେକ ନେଇଥିଲେ।
















