ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାତାର ୨୯ ଦିନ ଧରି ଚାଲିଥିବା ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଯୁଦ୍ଧ ଶେଷ ହୋଇଛି। ଗତକାଲି ରାତିରେ ଦୁଇ ଦେଶ ଯୁଦ୍ଧ ଶେଷ କରିବାକୁ ସହମତି ପ୍ରକାଶ କରିଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିୟୋ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଆମେରିକାର ହସ୍ତକ୍ଷେପ ପରେ ଏହି ଯୁଦ୍ଧ ଶେଷ ହୋଇଛି। ଆମେରିକାର ରାଷ୍ଟ୍ରପତି ଏନେଇ ଟୁଇଟ୍ କରି ଲେଖିଛନ୍ତି ଯେ, ଆର୍ମେନିଆ ପ୍ରଧାନମନ୍ତ୍ରୀ ଓ ଅଜରବୈଜାନର ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା। ସେମାନେ ଅଧରାତିରେ ଯୁଦ୍ଧ ଶେଷ କରିବାକୁ ସହମତି ପ୍ରକାଶ କରିଛନ୍ତି। ଏହାଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା ହୋଇପାରିବେ ବୋଲି ଟ୍ରମ୍ପ ଟୁଇଟ୍ କରିଛନ୍ତି।ବିଶ୍ୱ ମାନଚିତ୍ରରେ ଆର୍ମେନିଆ ଓ ଅଜରବୈଜାନ ଦୁଇଟି ଛୋଟ ଦେଶ। ହେଲେ ଏହି ଦୁଇ ଦେଶ ମଧ୍ୟରେ ନାର୍ଗୋନା-କାରବାଖ ଅଞ୍ଚଳକୁ ନେଇ ଯୁଦ୍ଧ ଲାଗି ରହିଥିଲା। ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୫ ହଜାର ସୈନ୍ୟଙ୍କର ପ୍ରାଣହାନି ହୋଇଥିବା ସୂଚନା ରହିଛି। ତେବେ ରବିବାର ଆମେରିକାର ହସ୍ତକ୍ଷେପ ପରେ ଏହି ଘମାସନ ଯୁଦ୍ଧ ଶେଷ ହୋଇଛି।

Comment