ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣ କମ୍ ଦାମରେ ବେଷ୍ଟ ଡାଟା ପ୍ଲାନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ। କାହିଁକି ନା ଟେଲିକମ୍ କମ୍ପାନି ଏୟାରଟେଲ୍ ଏବଂ ଭୋଡାଫୋନ ଆଇଡିଆ (VI) ଶସ୍ତା ଦରରେ ଦେଉଛନ୍ତି ବେଷ୍ଟ ଡାଟା ପ୍ଲାନ୍। ଏହାସହିତ କମ୍ପାନି ଅସୀମିତ କଲିଂ ସହ ମାଗଣା SMSର ସୁବିଧା ମଧ୍ୟ ଗ୍ରାହକମାନଙ୍କ ପାଇଁ ଉବଲବ୍ଧ କରାଉଛି।
ତେବେ ଜାଣନ୍ତୁ ଏୟାରଟେଲ୍ ଏବଂ ଭୋଡାଫୋନ ଆଇଡିଆ (VI)ର ବେଷ୍ଟ ରିଚ୍ଚାର୍ଜ ପ୍ଲାନ୍
ଏୟାରଟେଲ୍
ଏୟାରଟେଲ୍ ତା ଗ୍ରାହକମାନଙ୍କ ପାଇଁ କମ୍ ମୂଲ୍ୟରେ ଆଣିଛି ବେଷ୍ଟ ପ୍ଲାନ୍। ୨୪୯ ଟଙ୍କାର ରିଚ୍ଚାର୍ଜ କଲେ ୨୮ ଦିନ ପାଇଁ ମିଳିବ ଦୈନିକ ୧.୫ ଜିବି ଡାଟା। ଏଥିସହ ଅସୀମିତ କଲିଂ ଏବଂ ୧୦୦ଟି SMSର ସୁବିଧା ମଧ୍ୟ ଗ୍ରାହକ ପାଇପାରିବେ। ସେହିପରି ଓ୍ଵିଙ୍କ ମ୍ୟୁଜିକ୍, ହେଲୋ ଟ୍ୟୁନର ମଧ୍ୟ ମାଗଣା ଆକ୍ସେସ ମିଳିବ।
ଭୋଡାଫୋନ ଆଇଡିଆ (VI)
VI ମଧ୍ୟ ତା ଗ୍ରାହକମାନଙ୍କ ପାଇଁ ଆଣିଛି ଏକ ଦମଦାର୍ ଅଫର୍। ୨୪୯ ଟଙ୍କା ରିଚ୍ଚାର୍ଜ କରି ଗ୍ରାହକମାନେ ୨୮ ଦିନ ପାଇଁ ଦୈନିକ ୧.୫ ଜିବି ଡାଟା ପାଇପାରିବେ। ଏଥିସହ VI ଏବଂ ଅନ୍ୟ ନେଟଓ୍ଵର୍କ ସହ କଥାବାର୍ତ୍ତା ପାଇଁ ଅସୀମିତ କଲିଂ ସହ ୧୦୦ଟି SMSର ସୁବିଧା ମଧ୍ୟ ଗ୍ରାହକ ପାଇପାରିବେ। ଏହାବାଦ୍ କମ୍ପାନି ଗ୍ରାହକମାନଙ୍କୁ ଦେଉଛି ଓ୍ଵିକେଣ୍ଡ ରୋଲଓଭୋର ସହ ଅତିରିକ୍ତ ୫ ଜିବି ଡାଟା।









