ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ‘ଶେରନୀ’ର ସୁଟିଂ ବେଳେ ଜଣେ ଅଭିନେତ୍ରୀଙ୍କୁ ଖରାପ ବ୍ୟବହାର କରି ଗିରଫ ହୋଇଛନ୍ତି ଅଭିନେତା ବିଜୟ ରାଜ। ଏହି ଘଟଣାକୁ ନେଇ ଫିଲ୍ମ ନିର୍ମାତା ତାଙ୍କୁ ‘ଶେରନୀ’ ଫିଲ୍ମରୁ ବାହାର କରି ଦେଇଥିବା ଜଣାପଡ଼ିଛି।
ଫିଲ୍ମରେ ବଜୟ ରହିଲେ ଫିଲ୍ମ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରଖି ତାଙ୍କୁ ଏହି ଫିଲ୍ମରୁ ବାହାର କରିଦିଆଯାଇଛି। ବିଜୟଙ୍କୁ ବାହାର କରିବା ପରେ ନିର୍ମାତାଙ୍କ ପାଇଁ ମଧ୍ୟ ଅଡ଼ୁଆ ବଢ଼ିଛି। କାରଣ ବିଜୟ ପୂର୍ବରୁ ଫିଲ୍ମର କିଛି ଅଂଶ ସୁଟିଂ କରିସାରିଛନ୍ତି। ଏବେ ସେ ବାହାରି ଯିବା ପରେ ପୁଣିଥରେ ଜଣେ ଅଭିନେତାଙ୍କୁ ନେଇ ସେହି ଅଂଶ ସୁଟିଂ କରିବାକୁ ପଡ଼ିବ।
୫୭ ବର୍ଷୀୟ ବିଜୟ ରାଜ ନିଜର ଚତ୍ମକାର ଅଭିନୟ ପାଇଁ ବେଶ ଲୋକପ୍ରିୟ। ଫିଲ୍ମ ‘ରନ୍’ରେ ତାଙ୍କର ଦମଦାର କମେଡି ଲୋକଙ୍କ ମନକୁ ଛୁଇଁଥିଲା। ଏହାପରେ ସେ ଧମାଲ୍, ୱେଲକମ୍, ଦିୱାନେ ହୁଏ ପାଗଲ, ମୁମ୍ବାଇ ଟୁ ଗୋଆ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
















