ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେବାରେ ମାହିର ହେଉଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର। ନିକଟରେ ତାଙ୍କର ଲକ୍ଷ୍ମୀ ଫିଲ୍ମ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି। ଏହାର କିଛି ଦିନ ପରେ ଆଜି ଅକ୍ଷୟ ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ ବିଷୟରେ ଘୋଷଣା କରିଛନ୍ତି।
इस दीपावली,भारत राष्ट्र के आदर्श और महानायक भगवान श्री राम की पुण्य स्मृतियों को युगों युगों तक भारत की चेतना में सुरक्षित रखने के लिए एक ऐसा सेतु बनाये जो आने वाले पीढ़ियों को राम से जोड़ कर रखे।इसी प्रयास में हमारा भी एक छोटा संकल्प है – राम सेतु
आप सबको दीपावली की शुभ कामनाएंl pic.twitter.com/529Svh0iB2— Akshay Kumar (@akshaykumar) November 14, 2020
ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ‘ରାମ ସେତୁ’ ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି। ଯେଉଁଥିରେ ଭଗବାନ ଶ୍ରୀରାମଙ୍କ ଏକ ବଡ଼ ପ୍ରତିଛବି ସହିତ ଅକ୍ଷୟ ରାମସେତୁ ଉପରେ ଚାଲୁଥିବା ଦେଖିବାକୁ ମିଳିଛି। ଏଥିସହ ଏଥିରେ ସତ ନା କଳ୍ପନା ବୋଲି ପ୍ରଶ୍ନ କରାଯାଇଛି।
ଅକ୍ଷୟଙ୍କ ଅଭିନୀତ ଏହି ଫିଲ୍ମକୁ ଅଭିଷକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ଅରୁଣ ଭାଟିଆ ଓ ବିକ୍ରମ ମଲହୋତ୍ରା ଏହାର ନିର୍ମାଣ ଭାର ସମ୍ଭାଳିଛନ୍ତି ବୋଲି ସୂଚନା ମିଳିଛି।
















