ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ତୃତୀୟ ଥର ପାଇଁ ସମନ ପଠାଇଛି ମୁମ୍ବାଇ ପୋଲିସ। ନଭେମ୍ବର ୨୩ ଓ ୨୪ ତାରିଖରେ ଏହି ଦୁଇଜଣଙ୍କୁ ମୁମ୍ବାଇ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି।

ଏହାପୂର୍ବରୁ ଅକ୍ଟୋବର ୨୬ ଏବଂ ୨୭ ତାରିଖରେ କଙ୍ଗନା ଓ ତାଙ୍କ ଭଉଣୀଙ୍କୁ ମୁମ୍ବାଇ ପୋଲିସ୍ ହାଜର ହେବାକୁ ସମନ କରିଥିଲା। ହେଲେ ସେମାନେ ପୋଲିସ ପାଖରେ ହାଜର ହୋଇନଥିଲେ। ଏହାପରେ ପୋଲିସ ନଭେମ୍ବର ୯ ଏବଂ ୧୦ ତାରିଖରେ ସେମାନଙ୍କୁ ପୁଣିଥରେ ହାଜର ହେବାକୁ କହିଥିଲା। ସେଥର ମଧ୍ୟ କଙ୍ଗନା ତାଙ୍କ ଭାଇ ବାହାଘର ପାଇଁ ବ୍ୟସ୍ତ ଥିବା ଦର୍ଶାଇ ହାଜର ହୋଇନଥିଲେ। ଏହାପରେ ପୋଲିସ ପୁଣିଥରେ ତାଙ୍କୁ ସମନ ପଠାଇ ହଜାର ହେବାକୁ ନିର୍ଦ୍ଦେଶ ଦେଇଛି।

କଙ୍ଗନା ଓ ତାଙ୍କ ଭଉଣୀ ସମାଜରେ ଅଶାନ୍ତି ଖେଳାଉଥିବାର ଅଭିଯୋଗ ରହିଛି। ଦୁହେଁ ଟୁଇଟର ଓ ସୋସିଆଲ୍ ମିଡିଆ ମାଧ୍ୟମରେ ସମାଜରେ ଅଶାନ୍ତି ସୃଷ୍ଟି କରୁଥିବା ନେଇ ମୁନାୱାର ଅଲ୍ଲୀ ସୟଦ ମୁମ୍ବାଇର ପୋଲିସ ପାଖରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ କଙ୍ଗନାଙ୍କୁ ସମନ କରିଛି। ହେଲେ ଏପର୍ଯ୍ୟନ୍ତ କଙ୍ଗନା ଓ ତାଙ୍କ ଭଉଣୀ ପୋଲିସ ପାଖରେ ହାଜର ହୋଇନାହାନ୍ତି।

LEAVE A REPLY

Please enter your comment!
Please enter your name here