ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୂର୍ବତନ ମିସ୍‌ ୟୁନିଭର୍ସ ତଥା ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜି ୪୫ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ବଲିଉଡର ବହୁ କଳକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୁସ୍ମିତା ସେନ ୧୯୭୫, ନଭେମ୍ବର ୧୭ ତାରିଖରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ସେ ନୂଆଦିଲ୍ଲୀର ଏୟାରଫୋର୍ସ ଗୋଲଡେନ୍ ଜୁବୁଲି ଇନଷ୍ଟିଚ୍ୟୁଟ୍ ଏବଂ ସିକନ୍ଦରାବାଦ ସେଣ୍ଟ୍ ଆନ୍ ହାଇସ୍କୁଲରୁ ପାଠ ପଢ଼ିଛନ୍ତି।

୧୯୯୪ ମସିହାରେ ମିସ୍‌ ୟୁନିଭର୍ସ ଟାଇଟଲ୍‌ ହାସଲ କରିଥିବା ସୁସ୍ମିତା ସେନ୍‌ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ଦସ୍ତକ୍‌’ ଫିଲ୍ମରେ  ଡେବ୍ୟୁ କରିଥିଲେ। ଏହା ପରେ  ସେ ‘ମେଁ ହୁନା’, ‘କ୍ୟୁଁ କେ ଝୁଠ୍ ନେହିଁ ବୋଲତା’, ‘ଆଁଖେଁ’, ‘ମୈନେ ପ୍ୟାର୍‌ କ୍ୟୁଁ କିୟା’, ‘ବିବି ନମ୍ବର ୱାନ୍‌’, ‘ଫିଲ୍‌ହାଲ୍‌’, ‘ଚିଙ୍ଗାରି’, ‘ଜିନ୍ଦଗି ରକ୍‌ସ’ ଓ ‘ଆଗ୍‌’ ଆଦି ବହୁ ସିନେମାରେ ଅଭିନୟ କରିଛନ୍ତି।  ନିକଟରେ ଏକ ଓ୍ୱେବ ସିରିଜ ‘ଆର୍ଯ୍ୟା’ରେ ସୁସ୍ମିତା ସେନଙ୍କୁ ଦେଖିବାକୁ ମିଳିଥିଲା।

ସୁସ୍ମିତା ଏଯାଏଁ ବିବାହ କରିନାହାନ୍ତି।  ରେହମନ ସଲଙ୍କ ସହିତ ସମ୍ପର୍କରେ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ସେ ଦୁଇ ଝିଅଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଛନ୍ତି। ସେ ୨୦୦୦ ମସିହାରେ ପ୍ରଥମେ ରିନିଙ୍କୁ ଓ ୨୦୧୦ରେ ଅଲିନାଙ୍କୁ କନ୍ୟା ରୂପେ ଗ୍ରହଣ କରିଛନ୍ତି।

Comment