ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ୨୦୨୧ ମସିହାରେ ରିଲିଜ୍ ହେବ। ଆସନ୍ତାବର୍ଷ ଇଦ୍ ଅବସରରେ ଏହି ଫିଲ୍ମକୁ ରିଲିଜ୍ କରିବା ପାଇଁ ଯୋଜନା ଚାଲିଥିବା ଜଣାପଡ଼ିଛି।

ପୂର୍ବରୁ ‘ରାଧେ’ର ରିଲିଜ୍‌କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଓଟିଟି ପ୍ଲାଟ୍‌ଫର୍ମରେ ଏହା ରିଲିଜ୍ ହୋଇପାରେ ବୋଲି କୁହାଯାଉଥିଲା। କିନ୍ତୁ ଆସନ୍ତାବର୍ଷ ଫିଲ୍ମ ରିଲିଜ୍ ହେବା ନେଇ ଖବର ଆସିବା ପରେ ସଲମାନ୍‌ଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ନୁହେଁ, ବରଂ ସିନେମା ହଲ୍‌ରେ ଏହି ଫିଲ୍ମକୁ ଉପଭୋଗ କରିବା ପାଇଁ ସେମାନେ ବେଶ୍ ଆଶାବାଦୀ ଅଛନ୍ତି।

ଲକ୍‌ଡାଉନ୍ ଜାରି ହେବା ପୂର୍ବରୁ ସଲମାନ୍‌ଙ୍କ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’କୁ ରିଲିଜ୍ କରିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ତାହା ସମ୍ଭବ ହୋଇପାରିଲା ନାହିଁ।

ସଲମାନ୍‌ ଖାନ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଡ୍ୟାନ୍ସ ମାଷ୍ଟର ପ୍ରଭୁ ଦେବା ନିର୍ଦ୍ଦେଶନା ଦେଇଥିବା ବେଳେ ସଲମାନ୍ ଖାନ୍, ସୋହେଲ ଖାନ୍ ଓ ଅତୁଲ ଅଗ୍ନିହୋତ୍ରି ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି। ଏଥିରେ ସଲମାନ୍ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାଛଡ଼ା ଜ୍ୟାକି ସ୍ରଫ୍ ଓ ରଣଦୀପ ହୁଡ଼ାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

LEAVE A REPLY

Please enter your comment!
Please enter your name here