ଓଡ଼ିଶାଲାଇଭ୍ ବ୍ୟୁରୋ

ଓସ୍କାର ଦୌଡ଼ରେ ସାମିଲ ହୋଇଛି ଭାରତୀୟ ଫିଲ୍ମ ଜଲିକଟ୍ଟୁ। ମାଲାୟାଲାମ୍ ଭାଷାରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ସମ୍ମାନଜନକ ଓସ୍କାର ପୁରସ୍କାର ପାଇବା ପାଇଁ ଭାରତର ପ୍ରତିନିଧିତ୍ୱ କରିବ।

ଏହି ଦୌଡ଼ରେ ଛଲାଙ୍ଗ, ସ୍କାଏ ଇଜ୍ ପିଙ୍କ୍, ଗୁଲାବୋ ସିତାବୋ ଭଳି ଫିଲ୍ମ ରେସରେ ଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ଜଲିକଟ୍ଟୁ ଫିଲ୍ମ ଓସ୍କାର ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ୨୦୧୯ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏକ ଚତ୍ମକାର କାହାଣୀକୁ ନେଇ ନିର୍ମାଣ କରାଯାଇଛି। ନିର୍ଦ୍ଦେଶକ ଲିଜେ ଜୋଶେ ଏଥିରେ ମଣିଷ ଭିତରେ ଥିବା ପଶୁ ପ୍ରବୃତ୍ତିକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି।

ଓସ୍କାର ପୁରସ୍କାର ପାଇଁ ମନୋନୀତ ହେବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି। ବଲିଉଡ୍ ଫିଲ୍ମକୁ ପଛରେ ପକାଇ ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ଏହାର ନିର୍ଦ୍ଦେଶକଙ୍କୁ ଏବେ ପ୍ରଂଶସାର ସୁଅ ଛୁଟିଛି। ଏହାପୂର୍ବରୁ ଭାରତର ଅନେକ ଫିଲ୍ମ ଓସ୍କାର ପାଇଁ ମନୋନୀତ ହେବା ସହ ପୁରସ୍କାର ମଧ୍ୟ ଜିତିଛନ୍ତି।

LEAVE A REPLY

Please enter your comment!
Please enter your name here